ଗଣେଶ ପୂଜାକୁ ନେଇ ପ୍ରତିକ୍ରିୟା ରଖିଲେ ବିଏମ୍‌ସି କମିସନର୍‌

Aug 24, 2022 - 07:51
 41
ଗଣେଶ ପୂଜାକୁ ନେଇ ପ୍ରତିକ୍ରିୟା ରଖିଲେ ବିଏମ୍‌ସି କମିସନର୍‌
ଭୁବନେଶ୍ବର: ଗଣେଷ ପୂଜାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିସନର୍‌। ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି କି ‘ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହେଇପାରିବ ପୂଜା। ପରଦା ଆଢୁଆଳରେ ନୁହେଁ, ଭକ୍ତ କରିବେ ସିଧାସଳଖ ଦର୍ଶନ।’ କୋଭିଡ୍‌ କଟକଣା ହଟି ଯାଇଥିଲେ ବି ମୁହଁରେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ବିଏମ୍‌ସି କମିସନର ଅନୁରୋଧ କରିଛନ୍ତି। ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ ଟି ଅସ୍ଥାୟୀ ପୋଖରୀ ହୋଇଛି। ସେଥିରେ ଭୁବନେଶ୍ବରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନର ଅପିଲ୍‌ କରିଛନ୍ତି। ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ। ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ କମିଶନର ଅନୁରୋଧ କରିଛନ୍ତି।