ଖ୍ରୀଷ୍ଟମାସ ପାଇଁ ବଜାର ଚଳଚଞ୍ଚଳ: ଏଥର ଆସିଛି ସ୍ଲୋ ଚେରି ଟ୍ରି, ମ୍ୟୁଜିକାଲ୍ ସାଣ୍ଟା ଟୟ, ହେୟାର୍ ବ୍ୟାଣ୍ଡ

Dec 13, 2022 - 05:55
 38
ଖ୍ରୀଷ୍ଟମାସ ପାଇଁ ବଜାର ଚଳଚଞ୍ଚଳ: ଏଥର ଆସିଛି ସ୍ଲୋ ଚେରି ଟ୍ରି, ମ୍ୟୁଜିକାଲ୍ ସାଣ୍ଟା ଟୟ, ହେୟାର୍ ବ୍ୟାଣ୍ଡ
କଟକ: ଆଉ ମାତ୍ର ଦିନ କେଇଟାରେ ଆସିବ ଖ୍ରୀଷ୍ଟମାସ । ଧରାବତରଣ କରିବେ ପ୍ରଭୁ ଯୀଶୁ। ଦୁଇ ବର୍ଷ କାଳ କୋଭିଡ କଟକଣା ପରେ ଚଳିତବର୍ଷ ବେଶ ଧୁମଧାମରେ କଟକ ସହରରେ ପାଳନ ହେବ ଖ୍ରୀଷ୍ଟମାସ। ତେବେ ଖ୍ରୀଷ୍ଟମାସ ପାଇଁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଦୋକାନୀମାନେ ଖ୍ରୀଷ୍ଟମାସ ସାଜସଜ୍ଜା ଜିନିଷର ପସରା ମେଲାଇଲେଣି। ସହରରେ ଥିବା ପ୍ରମୁଖ ଚର୍ଚ୍ଚ ଗୁଡ଼ିକ ବି ଏବେଠାରୁ ଚଳଞ୍ଚଳ ହୋଇ ଉଠିଲେଣି। ଖ୍ରୀଷ୍ଟମାସରେ ଚର୍ଚ୍ଚ, ଘର ସଜାଇବା ପାଇଁ ସହରକୁ ଆସିଛି ନୂଆ ଧରଣର ସାମଗ୍ରୀ | ଆସିଥିବା ନୂଆ ସାମଗ୍ରୀ ମଧ୍ୟରେ ସ୍ନା ଚେରି ଟ୍ରି ଦର ୧୦ ହଜାର ଟଙ୍କା, ଡ଼େକୋରେସନ ବକ୍ସ ଦର ୪୪୯ ଟଙ୍କା, ୧୪ କହିବା ମ୍ୟୁଜିକାଲ୍ ସାଣ୍ଟା ଟୟ ଦର ୮ଶହରୁ ୧୨ଶହ ଟଙ୍କା ରହିଛି। ସେହିଭଳି ହେୟାର ବ୍ୟାଣ୍ଡ ଓ ଚଷମା ଦର ୮୦ ରୁ ୧୫୦ ହ୍ୟାଙ୍ଗିଙ୍ଗ୍ ବେଲ ଦାମ ୧୮୦ ଟଙ୍କାରୁ ୨୫ଶହ ଟଙ୍କା, ଉଡେନ୍ କ୍ରିବଦର ୪୫୦ ଟଙ୍କାରୁ ୧୨୫୦ ଟଙ୍କା, ହ୍ୟାଙ୍ଗିଙ୍ଗ ସ୍ଲୋ ମ୍ୟାନ୍ ୩ ହଜାର ଟଙ୍କା, ସାଇନିଙ୍ଗ କ୍ୟାପ୍ ୨ଶହ ଟଙ୍କାରୁ ୪ଶହ ଟଙ୍କା, ବେଲ୍‌ ଦର ୩୦ ଟଙ୍କାରୁ ୮୦ ଟଙ୍କା, ଷ୍ଟାର ୪୦ ଟଙ୍କାରୁ ୮୦ ଟଙ୍କା, ଡୁମ୍ ୫୦ ଟଙ୍କାରୁ ୧୨୦ ଟଙ୍କା, ସାଣ୍ଟା ଡ୍ରେସ୍ ଦର ୧୮୦ ଟଙ୍କାରୁ ୬୫୦ ଟଙ୍କା, ସାଣ୍ଟା ଫେସ୍ ମାସ୍କ ଦର ୫୦ ଟଙ୍କାରୁ ୭୦ ଟଙ୍କା, ମିକ୍ସ ସେଟ୍ ୧୨୦ ଟଙ୍କା ରହିଛି।