କ୍ୟାରମ୍ ଖେଳୁଥିଲେ ହଠାତ୍ ଛାତରୁ ଡେଇଁ ପଡିଲେ

Sep 13, 2022 - 09:18
 43
କ୍ୟାରମ୍ ଖେଳୁଥିଲେ ହଠାତ୍ ଛାତରୁ ଡେଇଁ ପଡିଲେ
ଢେଙ୍କାନାଳ: ଫାୟାରମ୍ୟାନ ଜୟନ୍ତ ଧାରୁଆ ଛାତରୁ ଡେଇଁ ମୃତୁ୍ୟବରଣ କରିଛନ୍ତି । ସେ ସାଥୀଙ୍କ ସହ କ୍ୟାରମ ଖେଳୁଥିବା ବେଳେ ହଠାତ୍ ଉଠି ପଳାଇଲେ । ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡିଲେ । ଜୟନ୍ତ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ହେଲେ ହଠାତ୍ ସେ କ’ଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ, ତାହା କେହି ବି ଜାଣିପାରୁନାହାନ୍ତି । ସୂଚନା ଅନୁଯାୟୀ, ଜୟନ୍ତ ପ୍ରାୟ ଦେଢ ବର୍ଷ ହେବ ଗଁନ୍ଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ବରଗଡ ଜିଲ୍ଲା ପଦ୍ମପୁରରେ ବୋଲି ଜଣାଯାଇଛି । ଏଠାରେ ସେ ଜଣେ ଶୃଙ୍ଖଳିତ କର୍ମଚାରୀ ରୂପେ ପରିଚିତ ଥିଲେ । ଗତ ରାତିରେ ସାଥୀ ଷ୍ଟାଫଙ୍କ ସହ କ୍ୟାରମ ଖେଳୁଥିଲେ । ଏହି ସମୟରେ ସେ ହଠାତ ଉଠି ଚାଲି ଯାଇଥିଲେ । ପରେ ଏକ ଶବ୍ଦ ଶୁଣି ସାଥି କର୍ମଚାରୀ ଧାଇଁ ଯାଇଥିଲେ । ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଛାତ କଡରେ ଜୟନ୍ତ ପଡିଥିବାର ଦେଖି ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବରପଦା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା । ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।