ସ୍ୟାଟ ପଦବି ପୂରଣ ପ୍ରସଙ୍ଗରେ ସରକାରଙ୍କୁ ସତ୍ୟପାଠ ଦାଖଲ ନିଦେ୍ର୍ଧଶ
କଟକ,୨୪ା୮(ସକାଳଖବର): ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ଉଚ୍ଛେଦ ପ୍ରସଙ୍ଗରେ ହାଇକୋର୍ଟ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଓ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପଦବି ପୂରଣ ନେଇ କଣ ପଦକ୍ଷେପ ନିଆଯାଇଛି; ସେ ସଂକ୍ରାନ୍ତରେ ଆସନ୍ତା ୧୦ ତାରିଖରେ ସତ୍ୟପାଠ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରଜାପ୍ରସନ୍ନ ଶତପଥୀ, ଉଲ୍ଲାସ ଚନ୍ଦ୍ର ମହାନ୍ତି, ରବି ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬ ମସିହା ଜୁଲାଇ ମାସ ୧୪ତାରିଖରେ ସ୍ୟାଟ ପ୍ରତିଷ୍ଠା ହୋଇଥିଲା । ଭୁବନେଶ୍ୱରର ପ୍ରମୁଖ ବେଞ୍ଚ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ନିୟମିତ ବେଞ୍ଚ ହୋଇଥିଲା । ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବୁ୍ୟନାଲର ସର୍କିଟ ବେଞ୍ଚ ରହିଛି । ୨୦୧୪ ମସିହା ଫେବ୍ରୁଆରି ମାସ ୧୮ତାରିଖରେ ଟ୍ରିବୁ୍ୟନାଲରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସଂପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ପଦ ସହିତ ୬ଟି ସଦସ୍ୟ ପଦ ଖାଲି ପଡିଛି । ମାତ୍ର ୨ଜଣ ସଦସ୍ୟ ରହିଛନ୍ତି । କାର୍ଯ୍ୟକାରୀ ଅଧ୍ୟକ୍ଷ ଅବସର ଗ୍ରହଣ କରିଥିବାବେଳେ ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟଙ୍କୁ ନେଇ ଟ୍ରିବୁନାଲର ବିଚାର ପ୍ରକ୍ରିୟା ଚାଲିଛି । ବି·ରାଧୀନ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସରକାର କିନ୍ତୁ ଟ୍ରିବୁ୍ୟନାଲରେ ଖାଲି ଥିବା ସଦସ୍ୟ ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ୨୦୧୭ ମସିହା ଫେବ୍ରୁଆରି ମାସ ୨୮ ତାରିଖ ସୁଦ୍ଧା ଟ୍ରିବୁ୍ୟନାଲର ବିଭିନ୍ନ ବେଞ୍ଚରେ ମୋଟ ୬୭ ହଜାର ୩୬୯ ମାମଲା ବିଚାରାଧୀନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଆଡମିନିଷ୍ଟ୍ରେଟିଭ୍ ଟ୍ରିବୁ୍ୟନାଲ ଆଇନର ଧାରା ୫ ଅନୁସାରେ ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟଙ୍କୁ ନେଇ ଖଣ୍ଡପୀଠ ଗଠନ ହେବା କଥା । ନିୟମ ଅନୁସାରେ ଦୁଇ ଜଣ ସଦସ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଧିକାଂଶ ମାମଲାର ଶୁଣାଣି ହେବା କଥା । କିନ୍ତୁ ବର୍ତ୍ତମାନ ମାତ୍ର ୨ ଜଣ ସଦସ୍ୟ ରହିଥିବା ବେଳେ ଅଚଳାବସ୍ଥା ଦେଖା ଦେଇଛି । କେବଳ ମହକିଲ ନୁହନ୍ତି ଆଇନଜୀବୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଏପରି ପରିସ୍ଥିତିରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ । ଏହି ପ୍ରସଙ୍ଗରେ ସରକାରୀ ନିଷ୍କ୍ରିୟତାକୁ ଚାଲେଞ୍ଜ କରି କଟକ ଓ ଭୁବନେଶ୍ୱର ସ୍ୟାଟ ବାର ଆସୋସିଏସନ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ, ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।