କୋଭିଡ୍‌ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ନେଇ ବର୍ଷିଲେ ସୁପ୍ରିମ୍‌କୋର୍ଟ; କହିଲେ

Dec 17, 2021 - 14:24
 69
କୋଭିଡ୍‌ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ନେଇ ବର୍ଷିଲେ ସୁପ୍ରିମ୍‌କୋର୍ଟ; କହିଲେ
ନୂଆଦିଲ୍ଲୀ: କୋଭିଡ୍‌-୧୯ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର କେରଳ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଅତିରିକ୍ତ ତଥ୍ୟ ମାଗିବା ପାଇଁ ଅଦାଲତ ଛତିଶଗଡ଼, କର୍ଣ୍ଣାଟକ ଏବଂ ଦିଲ୍ଲୀ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଅକ୍ଟୋବରରେ ଅଦାଲତ କୋଭିଡ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫୦,୦୦୦ ଟଙ୍କର କ୍ଷତିପୂରଣ ପ୍ରଦାନକୁ ଅନୁମୋଦନ କରିଥିଲେ। ବିଭିନ୍ନ ଯୋଜନା ଅଧୀନରେ କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଉଥିବା ପରିମାଣ ଉପରେ ଏହା ପ୍ରଦାନ କରାଯିବାର ଥିଲା। ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଏମଆର ଶାହା ଏବଂ ଜଷ୍ଟିସ ବିଭି ନାଗାରାଥନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେରଳର କ୍ଷତିପୂରଣର ଦୁଃଖଦ ସ୍ଥିତିକୁ ସମାଲୋଚନା କରି କହିଛନ୍ତି: ଏକ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ପୂର୍ବରୁ ଭୋଗିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ସରକାରଙ୍କର କର୍ତ୍ତବ୍ୟ। ଏଥିସହ ପିନାରାଇ ବିଜୟନ ସରକାରଙ୍କୁ ଏକ ସପ୍ତାହ ମଧ୍ୟରେ ଅବଶିଷ୍ଟ ଦାବିଦାରମାନଙ୍କୁ ଦେୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେରଳରେ ଏପର୍ଯ୍ୟନ୍ତ ପ୍ରାୟ ୪୪,୦୦୦ କୋଭିଡ ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲେ, ଏପର୍ଯ୍ୟନ୍ତ ମାତ୍ର ୧୦,୭୭୮ଟି କ୍ଷତିପୂରଣ ଦାବି ଗ୍ରହଣ କରାଯାଇଛି କିନ୍ତୁ ମାତ୍ର ୫୪୮ଟି ଘଟଣାରେ କ୍ଷତିପୂରଣ ପ୍ରଦାନ କରାଯାଇଛି।