କୋଇଲା ଖଣିରେ ଦୁର୍ଘଟଣା: ୨ ମୃତ, ୪ ଗୁରୁତର

Apr 11, 2023 - 06:56
 25
କୋଇଲା ଖଣିରେ ଦୁର୍ଘଟଣା: ୨ ମୃତ, ୪ ଗୁରୁତର
ସୁନ୍ଦରଗଡ଼: ହେମଗିରି ଥାନା ଏମ୍‌ସିଏଲ ଅନ୍ତର୍ଗତ ଗର୍ଜନବାହାଲ କୋଇଲା ଖଣିରେ ଦୁର୍ଘଟଣା। ବୋଲେରୋ ଉପରେ ଚଢିଗଲା ପୋକଲିନ ମେସିନ। ଦୁଇ ମୃତ ୪ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତରଙ୍କୁ ଉଦ୍ଧାର କରି ଛତିଶଗଡ ରାଏଗଡ ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କାମ ସାରି ସିଫ୍ଟ ଚେଞ୍ଜ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତଙ୍କ ମଧ୍ୟରେ ଓପରେଟର ଉମାକାନ୍ତ ପଟେଲ ଓ ସିଫ୍ଟ୍ ଇନ୍ ଚାର୍ଜର ଜଗଦୀଶ ଓରାମ ବୋଲି ଜଣାପଡିଛି। ସୂଚନା ମୁତାବକ, ଆଜି ଗର୍ଜନବାହାଲ କୋଇଲା ଖଣିରେ ସିଷ୍ଟ ଚେଞ୍ଜ ବେଳେ କୋଇଲା ଖଣି ଭିତରେ କୋଇଲା ଗଦା ପାଖରୁ ପୋକଲିନ ମେସିନ ଆସି ବୋଲେରୋ ଉପରେ ଚଢି ଯାଇଥିଲା । ଦୁର୍ଘଟଣା ସମୟରେ ବୋଲେରୋରେ ଭିତରେ ୬ ଜଣ ଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ୩ଟି ଆମ୍ବୁଲାନ୍ସ ଯୋଗେ ରାଏଗଡ ସ୍ଥାନାନ୍ତର କରିବା ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।