କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ, ଅଭିଯୋଗ ଆଣିଲା ଆମ୍ ଆଦମୀ ପାର୍ଟି

Jul 26, 2022 - 10:43
 53
କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ, ଅଭିଯୋଗ ଆଣିଲା ଆମ୍ ଆଦମୀ ପାର୍ଟି
ପୁରୀ ୨୬।୭: ଦିନକୁ ଦିନ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ହେବାର ଲାଗିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛି ଆମ୍ ଆଦମୀ ପାର୍ଟି । ଏଭଳି ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଅସହାୟ କରିଦେଇଥିବା ବେଳେ ସରକାର କିନ୍ତୁ ଏଥିପ୍ରତି ଆଦୌ ଚିନ୍ତିତ ନାହାନ୍ତି । କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଏକ ପ୍ରକାର ଲୁଟିବାରେ ବ୍ୟସ୍ତ ଅଛନ୍ତି । ସେହିପରି କେନ୍ଦ୍ର ସରକାର ଅତି ଆବଶ୍ୟକ ଖାଦ୍ୟ ପଦାର୍ଥ ଉପରେ GST ଲଗାଇ ଲୋକଙ୍କୁ ମହଙ୍ଗା ବୋଝ ଦେଇଛନ୍ତି । ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ସହ ଚୁଡା, ମୁଢ଼ି, ଗୁଡ଼ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରେ GST ଲାଗୁକୁ ତୀବ୍ର ବିରୋଧ କରି ମଙ୍ଗଳବାର ପୁରୀ ବଳଗଣ୍ଡି ଛକରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି । ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।