କାଲିଫର୍ଣ୍ଣିଆରେ ଧକ୍କା ଖାଇଲେ ୨ଟି ଉଡ଼ନ୍ତା ବିମାନ

Aug 19, 2022 - 05:47
 53
କାଲିଫର୍ଣ୍ଣିଆରେ ଧକ୍କା ଖାଇଲେ ୨ଟି ଉଡ଼ନ୍ତା ବିମାନ
ୱାଟ୍‌ସନ୍‌ଭାଇଲ୍‌: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଉତ୍ତରାଞ୍ଚଳସ୍ଥିତ ଏକ ସ୍ଥାନୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ୨ଟି ଉଡ଼ନ୍ତା ବିମାନ ପରସ୍ପର ସହ ଧକ୍କା ଖାଇବାରୁ ଅନ୍ୟୂନ ୨/୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ୱାଟ୍‌ସନ୍‌ଭାଇଲ୍‌ ନଗରୀ ଟୁଇଟ୍‌ ଅନୁସାରେ, ଠିକ୍‌ ଅପରାହ୍ଣ ୩ଟା ପୂର୍ବରୁ ‘ୱାଟ୍‌ସନ୍‌ଭାଇଲ୍‌ ମୁନିସ୍‌ପାଲ୍‌ ଏୟାର୍‌ପୋର୍ଟ’ ଉପରେ କ୍ଷୁଦ୍ର ବିମାନ ଦୁଇଟି ପରସ୍ପର ସହିତ ଧକ୍କା ଖାଇଥିଲେ। ୱାଟ୍‌ସନ୍‌ଭାଇଲ୍‌ ନଗରୀ ମାଲିକାନାରେ ଥିବା ଉକ୍ତ ବିମାନ ବନ୍ଦରରେ ବିମାନ ଅବତରଣ ଏବଂ ଉଡ଼ାଣ ନିମନ୍ତେ ନିର୍ଦେଶ‌ ଦେବାକୁ ‘କଣ୍ଟ୍ରୋଲ୍‌ ଟାୱାର୍‌’ ନାହିଁ। ‘ଫେଡେରେସନ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିବା ଅନୁସାରେ, ଦୁର୍ଘଟଣା ସମୟରେ ଦୁଇଟି ଇଞ୍ଜିନ୍‌ ଥିବା ସେସ୍‌ନା ୩୪୦ ବିମାନରେ ୨ଜଣ ବ୍ୟକ୍ତି ଥିବା ବେଳେ ଗୋଟିଏ ଇଞ୍ଜିନ୍‌ବିଶିଷ୍ଟ ସେସ୍‌ନା ୧୫୨ ବିମାନରେ କେବଳ ଜଣେ ପାଇଲଟ୍‌ ଥିଲେ। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବଞ୍ଚିଯାଇଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।