ଆଜି ସନ୍ଧ୍ୟାରେ ବାଲେଶ୍ବର ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ ପାଲଟିଥିବା ଲଘୁଚାପ

Aug 19, 2022 - 05:45
 44
ଆଜି ସନ୍ଧ୍ୟାରେ ବାଲେଶ୍ବର ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ ପାଲଟିଥିବା ଲଘୁଚାପ
ନୂଆଦିଲ୍ଲୀ: ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିବାକୁ ଥିବା ଗତକାଲିର ଲଘୁଚାପ କ୍ଷେତ୍ର ଆଜି ସନ୍ଧ୍ୟାସୁଦ୍ଧା ବାଲେଶ୍ବର ଓ ସାଗର ଦ୍ବୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସଦ୍ୟତମ ବୁଲେଟିନ୍‌ ଅନୁସାରେ, ବଙ୍ଗୋପସାଗର ଉତ୍ତରପୂର୍ବ ଓ ପୂର୍ବକେନ୍ଦ୍ରୀୟ ସଂଲଗ୍ନ ଅଞ୍ଚଳ, ବାଂଲାଦେଶ ଏବଂ ମିଆଁମାର୍‌ ଉପକୂଳରେ ସଂଘଠିତ ଗତକାଲିର ମୌସୁମୀ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ଲଘୁଚାପରେ ଘନୀଭୂତ ହୋଇ ଆଜି ଭୋର୍‌ ୫.୩୦ ବେଳକୁ ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ସ୍ଥଳଭାଗରୁ ଆକଳନ କଲେ ଘନୀଭୂତ ଲଘୁଚାପ ଓଡ଼ିଶାର ବାଲେଶ୍ବରର ଦକ୍ଷିଣପୂର୍ବକୁ ୩୧୦ କିଲୋମିଟର, ପଶ୍ଚିମବଙ୍ଗର ଦିଘାର ପୂର୍ବ-ଦକ୍ଷିଣପୂର୍ବକୁ ୨୫୦ କିଲୋମିଟର୍‌ ଏବଂ ସାଗର ଦ୍ବୀପର ପୂର୍ବ-ଦକ୍ଷିଣପୂର୍ବକୁ ୨୧୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି।