ବିଧାୟକ ସନାତନ ମହାକୁଡଙ୍କୁ ୭ ଘଂଟା ଜେରା କଲା ଇଡି

Jun 28, 2018 - 18:40
 191
ବିଧାୟକ ସନାତନ ମହାକୁଡଙ୍କୁ ୭ ଘଂଟା ଜେରା କଲା ଇଡି
ଭୁବନେଶ୍ୱର,୨୮/୬(ସକାଳଖବର): ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ କ୍ରାଇମବ୍ରାଂଚ ଇଡି ୭ ଘଂଟା ଜେରା କରିଛି । ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ ପରିବହନ ସମ୍ପୃକ୍ତି ମାମଲାରେ ସନାତନ ଗୁରୁବାର ଦିନ ଇଡିରେ ହାଜର ହୋଇଥିଲେ । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଶ୍ରୀ ମହାକୁଡ ପ୍ରତିକ୍ରିୟା ରଖି କହିଛନ୍ତି ଯେ କିଛି ଜେରା ହୋଇନି, କେବଳ କାଗଜପତ୍ର ଦେଖାଇଲି । ସୂଚନା ଅନୁଯାୟୀ ଭୁବନେଶ୍ୱର ଇଡି କାର୍ଯ୍ୟାଳୟରେ ମାଇନ୍ସ ପରିବହନ ସମ୍ପର୍କରେ ସନାଙ୍କୁ ଇଡି ପଚରାଉଚରା କରିଥିଲା । ବିଧାୟକ ଶ୍ରୀ ମହାକୁଡଙ୍କର ବଡବିଲ ଓ କେନ୍ଦୁଝରରେ ଦୁଇଟି ଟ୍ରାନ୍ସପୋର୍ଟ କମ୍ପାନୀ ରହିଥିବା ଜଣାପଡିଛି । ଏହି ଟ୍ରାନ୍ସପୋର୍ଟ କମ୍ପାନୀର ଗାଡିରେ କେତେ ଖଣିଜ ପଦାର୍ଥ ପରିବହନ ହୋଇଛି ସେନେଇ ପଚରାଉଚରା ହୋଇଥିବା ସୂଚନା ମିଳିଛି ।