କଂଗ୍ରେସର ବିକ୍ଷୋଭ ଓ ଧାରଣା

Jul 27, 2019 - 06:29
 146
ମାଲକାନଗିରି ,୨୪/୭( ସକାଳଖବର): ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳାକ୍ରାର ଓ ଗଣ ବଳାକ୍ରାର, ଅପହରଣ ଓ ନିଖୋଜ ଓ ସର୍ବୋପରି ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଜିଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଆଜି ସକାଳ ୧୦ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମାଲକାନଗିରି ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଏବଂ ଜିଲାର ବରିଷ୍ଠ କଂଗ୍ରେସ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ଗଣ ଧାରଣା ଓ ବିକ୍ଷୋଭ କରାଯାଇଥିଲା । ୧୯ବର୍ଷ ଧରି କ୍ରମାଗତ ଭାବେ ବିଜୁ ଜନତା ଦଳ ରାଜ୍ୟରେ ଶାସନ କରିଆ ସୁଥିବା ବେଳେ ଶିଶୁ, ନାବାଳିକା ନିର୍ଯାତନା, ବଳାକ୍ରାର, ଅପହରଣ ଓ ନିଖୋଜ ଘଟଣା ସହ ସଂପ୍ରତି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବକ୍ତାମାନେ କହିଥିଲେ । ମାଲକାନଗିରି କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା କରି ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଅଭିଯୋଗ ପତ୍ର ଦିଆଯାଇଛି । ଆଗାମୀ ଦିନରେ ଯଦି ଆଇନଶୃଙ୍ଖଳା ପ୍ରତି ଦୃଷ୍ଟି ନ ଦିଅନ୍ତି ରାଜ୍ୟରେ ଏହି ପରିସ୍ଥିତି ନିୟନ୍ତ୍ରଣ ନ ହୁଏ ତେବେ ପଲ୍ଲୀ ଅଂଚଳରୁ ନେଇ ସହର ବନ୍ଦ କରି ଆନେ୍ଦାଳନ କରିବାକୁ ଜିଲା କଂଗ୍ରେସ କମିଟି ଚେତାବନୀ ଦେଇଛନ୍ତି ।