କଂଗ୍ରେସ ଛାଡିଲେ ନା ବିଦାହେଲେ ନବ

Jan 17, 2019 - 09:11
 171
କଂଗ୍ରେସ ଛାଡିଲେ ନା ବିଦାହେଲେ ନବ
ଭୁବନେଶ୍ୱର, ୧୬/୧(ସକାଳଖବର): କଂଗ୍ରେସ ଦଳର ଅନ୍ୟତମ କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ କୌଣସି ମତଭେଦ ନାହିଁ । ଏପରିକି ବିଜେଡିରେ ଯୋଗେ ଦେବେ ବୋଲି ଶ୍ରୀ ଦାସ ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ଅଂଚଳବାସୀ ସେ ବିଜେଡିରୁ ଲଢନ୍ତୁ ବୋଲି ଚାହାନ୍ତି । ଇସ୍ତଫା ପରେ ଶ୍ରୀ ଦାସ ଆସନ୍ତା ୨୪ ତାରିଖ ବିଜେଡିରେ ଯୋଗ ଦେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୂର୍ବରୁ ମଧ୍ୟ ସେ ଏନେଇ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ପୂର୍ବାହ୍ନରେ ଇସ୍ତଫା ଦେବାପରେ ଅପରାହ୍ନରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳ ବିରୁଦ୍ଧରେ ଗଣମାଧ୍ୟମରେ ବାରମ୍ବାର ବିବୃତି ଦେଉଥିବାରୁ ନିଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି କ୍ରମେ ନବ ଦାସଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ଇସ୍ତଫା ଦେବା ପରେ ଶ୍ରୀ ଦାସ କହିଛନ୍ତି ଯେ ଉଭୟ ରାହୁଲ ଗାନ୍ଧି ଓ ନିରଂଜନ ପଟ୍ଟନାୟକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । କାହା ପ୍ରତି କୌଣସି ଅଭିଯୋଗ ନାହିଁ । ଲୋକମାନେ ଚାହିଁବାରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ଖୁବ୍ ଶୀଘ୍ର ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଶ୍ରୀ ଦାସ କହିଛନ୍ତି । ନବ ଦାସଙ୍କ ଇସ୍ତଫା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଏଭଳି ଖବର କଷ୍ଟ ଦିଏ, ମାତ୍ର ଏହା ଆମ ପାଇଁ ଭଲ । ଅ ।ଦର୍ଶହୀନ ରାଜନୀତି କରୁଥିବା ବ୍ୟକ୍ତି ଦଳ ଛାଡି ·ଲିଯିବା ଭଲ । ନବ ଦାସ ରାଜନୀତିକୁ ବ୍ୟାବସାୟିକ ସ୍ୱାର୍ଥରେ ଲଗାନ୍ତି । ବର୍ତମାନ ଓଡ଼ିଶା କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୃଢ଼ ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ ଖୁବ୍ ଶୀଘ୍ର ଦଳରୁ ଇସ୍ତଫା ଦେବେ ବୋଲି ଜଣାପଡିଛି । ୨୫ ତାରିଖରେ ଓଡିଶା ଗସ୍ତରେ ଆସୁଥିବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମାବେଶରେ ସେ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କେଉଁ ଦଳରେ ଯୋଗଦେବେ ବୋଲି ସେ ସ୍ପଷ୍ଟ କହିନଥିଲେ ହେଁ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । କିଞ୍ଜିରିକେଲା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅ ।ସିଥିବା ଅବସରରେ ସେ କହିଥିଲେ, ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ଏଇ କିଛି ଦିନ ତଳେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ତେବେ ଏହାର ମାସକ ପୂର୍ବରୁ ମୋର କିଛି ବ୍ୟକ୍ତିଗତ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛ । କିଛି ଗ୍ରାମାଂଚଳକୁ ଗସ୍ତ କରି ଜନସାଧାରଣଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ର୍ନିବାଚନୀ ଋତୁ ହୋଇଥିବାରୁ ଲୋକଙ୍କ ସହିତ ମିଶିବାକୁ ପଡ଼ିବ । ତେଣୁ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବି ନାହିଁ ବୋଲି ସେ କହିଥିଲେ । ଯୋଗେଶ କହିଥିଲେ,ଜନସାଧାରଣ ହେଉଛନ୍ତି ମୋର ପ୍ରଥମ ହାଇକମାଣ୍ଡ । କାରଣ ସେମାନେ ମୋତେ ଭୋଟ୍ ଦେଇ ଜିତାଇଛନ୍ତି । ତା'ପରେ ଯାଇ ପାର୍ଟି ହାଇକମାଣ୍ଡ । ମୋ ପାଇଁ ମାଟି ଆଗ, ତା'ପରେ ପାର୍ଟି । ଏହା ସହିତ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ମୋ ର୍ନିବାଚନ ମଣ୍ଡଳୀ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି । ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ଭଲ । ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ମଧ୍ୟ । ସେ ଜଣେ ଦକ୍ଷ ଶାସକ । ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି । ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି । ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ସଂପର୍କରେ କହିଥିଲେ,ଲୋକେ ଯାହା କହିବେ, ତାହା କରିବି ।