ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ

Oct 21, 2021 - 11:31
 66
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ
ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି । ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ମାମଲାରେ ତାଙ୍କୁ ତଳକୋର୍ଟ ଜାମିନ ପ୍ରଦାନ କରିନଥିଲେ । ତେବେ ତାଙ୍କର ହୃଦଜନିତ ସମସ୍ୟା ଥିବାରୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଥିଲା । ଏବେବି ସେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅପରପକ୍ଷରେ ଆଜି ତାଙ୍କୁ ଉଚ୍ଚ ନ୍ୟାୟାଳୟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଉଚ୍ଚ ନ୍ୟାୟଳୟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ତଳକୋର୍ଟରେ ଜାମିନ ଆବେଦନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଶ୍ରୀ ଜଗଦ୍ଦେବ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ତେବେ ଜାମିନ ଆବେଦନ ଖାରଜ ହେବା ପରେ ସେ ଖୋର୍ଦ୍ଧା କୋର୍ଟ ପରିସରରେ ଅସୁସ୍ଥ ହୋଇପଡ଼ିଥିଲେ ।