ପ୍ରତିଦିନ ବକ୍ସ ଅଫିସ୍‌ରେ ନୂଆ ରେକର୍ଡ କରୁଛି ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’

Mar 21, 2022 - 05:35
 57
ପ୍ରତିଦିନ ବକ୍ସ ଅଫିସ୍‌ରେ ନୂଆ ରେକର୍ଡ କରୁଛି ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’
ନୂଆଦିଲ୍ଲୀ ୨୦।୦୩ : ଫିଲ୍ମ ‘ଦ କାଶ୍ମୀର ଫାଇଲ’ ଦେଶ ହିଁ ନୁହଁ ବିଦେଶରେ ମଧ୍ୟ ଚର୍ଚ୍ଚା ଚାଲିଛି । ଅନେକ ଲୋକ ଏହାର ବିରୋଧ କରୁଥିବା ବେଳେ ଆଉ କେତେକ ଏହାର ସପକ୍ଷରେ ବାହାରୁଛନ୍ତି । ଏହି ଫିଲ୍ମ ଦିନକୁ ଦିନ ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି । ଚଳଚ୍ଚିତ୍ରଟି ‘ବାହୁବଲୀ-୨’ ପରି ଲୋକପ୍ରିୟତା ହାସଲ କରିଛି । ଅନେକ ଉପାୟରେ ଏହି ଚଳଚ୍ଚିତ୍ରଟି ଏସ୍। ରାଜାମୌଲିଙ୍କ ଫିଲ୍ମକୁ ଟକ୍କର ଦେଉଛି । ଫିଲ୍ମ ରିଲିଜ ହେବାର ପ୍ରାୟ ଦେଢ ସପ୍ତାହ ବିତିଗଲାଣି ଏବଂ ଖୁବ୍ ଶୀଘ୍ର ଏହା ୧୫୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି । ଏପର୍ଯ୍ୟନ୍ତ ମୋଟ ସଂଗ୍ରହ ୧୪୧ କୋଟି ୨୫ ଲକ୍ଷ ଟଙ୍କା ହୋଇଛି । ଟ୍ରେଡ୍‌ ଆନାଲିଟିକ୍‌ ତରନ ଆଦର୍ଶ ଏହି ଚଳଚ୍ଚିତ୍ରର ରୋଜଗାର ଆକଳନ ସେୟାର କରିଛନ୍ତି। ତାରନ୍ ଆଦର୍ଶ ଟ୍ୱିଟ୍ କରି କହିଛନ୍ତି, ‘ଦ କାଶ୍ମୀର ଫାଇଲ’ ବର୍ତ୍ତମାନ ଏକପାଖିଆ ଦୌଡରେ ଅଛନ୍ତି, କେହି ବି ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ବାହୁବଲୀ-୨ ପରି ଏହି ଚଳଚ୍ଚିତ୍ର ମଧ୍ୟ ଦ୍ୱିତୀୟ ସପ୍ତାହରେ ଟ୍ରେଣ୍ଡ କରୁଛି । ଦଶମ ଦିନରେ ଚଳଚ୍ଚିତ୍ରଟି ୨୮ ରୁ ୩୦ କୋଟି ମଧ୍ୟରେ ବ୍ୟବସାୟ କରିବାରେ ସଫଳ ହେବାର ଏକ ଦୃଢ ସମ୍ଭାବନା ଅଛି । କହିବାକୁ ଗଲେ ଚଳଚ୍ଚିତ୍ରର ରୋଜଗାରର ଏହି ଆକଳନ କେବଳ ଭାରତୀୟ ବକ୍ସ ଅଫିସରେ ଅଛି । ଏହା ବ୍ୟତୀତ ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ଦକ୍ଷିଣରେ ପ୍ରଦର୍ଶିତ ହୋଇନାହିଁ । ଉତ୍ତର ଭାରତରେ ଏହାର ଜବରଦସ୍ତ ସଫଳତା ଦେଖି ନିର୍ମାତାମାନେ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ଡବିଂ ଆରମ୍ଭ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ଦକ୍ଷିଣ ଭାରତରେ ରେ ମଧ୍ୟ ରିଲିଜ୍ ହେବ ବୋଲି ଜଣା ପଡିଛି ।