ଏବେ ର‍୍ୟାଗିଂ କଲେ କଠୋର କାର୍ଯ୍ୟାନୁଷ୍ଠାନ

Aug 3, 2018 - 18:59
 132
ଏବେ ର‍୍ୟାଗିଂ କଲେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୩/୭( ସକାଳଖବର): ଏଣିକି କଲେଜରେ ର‍୍ୟାଗିଂ କଲେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଆଖି ମାରିଲେ ମଧ୍ୟ ଏଥିପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଯିବ । ଆବଶ୍ୟକ ପଡିଲେ ଦୋଷୀ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିବାପାଇଁ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେଏସମ୍ପର୍କରେ ବିଭାଗ ପରିଚାଳିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖି ଜଣାଇଦେବାପାଇଁ ବିଭାଗୀୟ ସଚିବଙ୍କୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ସେ କହିଛନ୍ତି ଯେ କଲେଜ ପରିସରରେ କୌଣସି ର‍୍ୟାଗିଂକୁ ବରଦାସ୍ତ କରାଯିବ ନାହିଁ ।ଏଭଳିକି ର‍୍ୟାଗିଂରେ ସଂପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ବିରୋଧରେ ଅଭିଯୋଗ ପ୍ରମାଣିତ ହେଲେ ସେମାନଙ୍କୁ କଲେଜରୁ ବହିଷ୍କାର କରିବା ପାଇଁ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ନିଦେ୍ର୍ଧଶ ରହିଛି । ରାଜ୍ୟରେ ୨୦୧୭ ମସିହାରେ ୪୬ ଟି ର‍୍ୟାଗିଂ ଅଭିଯୋଗ ଆସିଛି । ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ର‍୍ୟାଗିଂ ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି । ଜୁନିୟର, ଡିଗ୍ରୀ, ସ୍ୱୟଂଶାସିତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସହିତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ର‍୍ୟାଗିଂର ଶିକାର ହେଉଛନ୍ତି ।