ଏଣିକି ୩୦୦ଜଣଙ୍କୁ ନେଇ କରିହେବ ରାଜନୈତିକ ସଭା

Feb 7, 2022 - 08:20
 99
ଏଣିକି ୩୦୦ଜଣଙ୍କୁ ନେଇ କରିହେବ ରାଜନୈତିକ ସଭା
ଭୁବନେଶ୍ୱର: କୋଭିଡ କଟକଣା ଭିତରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ଏନେଇ ପୂର୍ବରୁ ଜାରି କରାଯାଇଥିବା ନିର୍ବାଚନୀ ଗାଇଡଲାଇନ ବା କଟକଣାକୁ ଆଜି କୋହଳ କରାଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୂର୍ବରୁ ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ଅନୁମତି ଦିଆଯାଇଥିବାବେଳେ ଏବେ ତାହାକୁ ପରିବର୍ତ୍ତନ କରାଯାଇଛି । ଏବେ ୨୦ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ଅନୁମତି ଦିଆଯାଇଛି । ଏହାଛଡ଼ା ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା- - ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ - ରାଜନୈତିକ ସଭାକୁ ଅନୁମତି ଦିଆଯାଇଛି - ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ - ପୂର୍ବପରି ରାଲି, ପଦଯାତ୍ରା ଓ ବାଇକ ରାଲି ଉପରେ କଟକଣା ବଳବତ୍ତର ପୂର୍ବରୁ କ’ଣ ଥିଲା ଗାଇଡଲାଇନ ପଥପ୍ରାନ୍ତ ପ୍ରଦର୍ଶନ, ପଦଯାତ୍ରା, ସାଇକେଲ, ମୋଟରସାଇକେଲ, ଯାନ ପଟୁଆରକୁ ଅନୁମତି ନାହିଁ । ରାଜନୈତିକ ଦଳ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ ବା ନିର୍ବାଚନରେ ସଂପୃକ୍ତ କୌଣସି ଗୋଷ୍ଠୀଙ୍କର ସମାବେଶ ନିଷିଦ୍ଧ । କୋଭିଡ ସୁରକ୍ଷା ଦୃଷ୍ଟିରୁ ଡିଜିଟାଲ, ମୋବାଇଲ ମାଧ୍ୟମରେ ପ୍ରଚାର । ସର୍ବାଧିକ ୫ ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିପାରିବେ ।ଭୋଟ ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା କରିବେ ନାହିଁ । ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ଼ ଗାଇଡ ଲାଇନ ଖିଲାପ କରନ୍ତି, ତାହେଲେ ବିପର୍ୟ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ - ୬୦ ଅନୁଯାୟୀ ଦଣ୍ଡିତ ହେବେ । ସମ୍ପୂର୍ଣ୍ଣ କୋଭିଡ ଟିକା ନେଇଥିବା ଏବଂ ନେଗେଟିଭ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରି ପାରିବେ । ପାଞ୍ଚୋଟି ପର୍ୟ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ୟ୍ୟାୟ ମତଦାନ । ସକାଳ ୭ରୁ ଅପରାହ୍ନ ୧ ଯାଏଁ ପଡିବ ଭୋଟ । ଫେବୃଆରୀ ୧୬,୧୮,୨୦, ୨୨, ୨୪ରେ ତାରିଖରେ ଭୋଟ ଗ୍ରହଣ କରାଯିବ । ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି କରାଯିବ । ଜାନୁଆରୀ ୧୭ରୁ ୨୧ ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ । ୨୨ ଜାନୁଆରୀରେ ପ୍ରାର୍ଥୀପତ୍ର ହେବ ଯାଞ୍ଚ । ୨୫ ଜାନୁଆରୀରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ୟ୍ୟାରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନ୍‌, ୧୬ଶହ ୬୯ଟି ପଞ୍ଚାୟତ ଓ ୨୨ହଜାର ୩୭୯ ବୁଥ୍‌ରେ ନିର୍ବାଚନ ହେବ । ଦ୍ବିତୀୟ ପର୍ୟ୍ୟାୟରେ ୩୦ ଜିଲ୍ଲାର ୬୮ଟି ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନ୍‌, ୧୫୧୪ ଗ୍ରାମପଞ୍ଚାୟତ ଓ ୨୦ହଜାର ୪୩୬ ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯିବ । ତୃତୀୟ ପର୍ୟ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧୭୧ ଜିଲ୍ଲା ପରିଷଦ, ୧୩୮୨ ଗ୍ରାମପଞ୍ଚାୟତ, ୧୮୪୯୫ ବୁଥ୍‌ରେ ଭୋଟ୍ ହେବ ।