ଆଇଏଏସ ବିନୋଦ କୁମାରଙ୍କୁ ମିଳିଲା ଜାମିନ

Aug 13, 2018 - 17:28
 150
ଆଇଏଏସ ବିନୋଦ କୁମାରଙ୍କୁ ମିଳିଲା ଜାମିନ
କଟକ,୧୩ା୮(ସକାଳଖବର): ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ପୂର୍ବତନ ପରିଚାଳନା ନିଦେ୍ର୍ଧଶକ ଆଇଏଏସ ବିନୋଦ କୁମାର ଓ ପୂର୍ବତନ ନିର୍ବାହୀ ନିଦେ୍ର୍ଧଶକ(ବୈଷୟିକ) ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜାମିନ ପ୍ରଦାନ କରିଥିବାବେଳେ ଜୋରିମାନା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଓ ତଳ କୋର୍ଟ ରେକର୍ଡ ତଲବ କରିଛନ୍ତି । ତେବେ ଏହି ଅଭିଯୁକ୍ତଙ୍କ ଜାମିନ ଆଦେଶ ଉପରେ ଆବଶ୍ୟକ ସର୍ତ୍ତ ରଖି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିବେ ବୋଲି ରାୟରେ ସ୍ପଷ୍ଟ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତ ୧୦ତାରିଖରେ କୋର୍ଟ ଗ୍ରାମ୍ୟ ବିକାଶ ମଞ୍ଚ ସଂପାଦକ ଆଶିଷ କୁମାର ନାୟକ, ପୂର୍ବତନ ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ରାଉତ ଓ ଚିତ୍ତ ରଞ୍ଜନ ମଲ୍ଲିକଙ୍କ ପୃଥକ ଆବେଦନ ଉପରେ ଶୁଣାଣି କରି ଜାମିନ ପ୍ରଦାନ କରିଥିବାବେଳେ ଜୋରିମାନା ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ ।