ଇଓଡବ୍ଲୁ୍ୟ ମାମଲା ହାଇକୋର୍ଟରେ ରଦ୍ଧ

Sep 2, 2018 - 15:26
 179
ଇଓଡବ୍ଲୁ୍ୟ ମାମଲା ହାଇକୋର୍ଟରେ ରଦ୍ଧ
କଟକ,୨ା୯(ସକାଳଖବର): ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍)ର ୫୪୦ ଜଣ କର୍ମଚାରୀଙ୍କୁ ଜମି ଓ ଗୃହ ଦେବା ନାଁରେ ଠକେଇକୁ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ୍ୟ) ପକ୍ଷରୁ ଗଜାନନ ପ୍ରପର୍ଟି ଡିଲର ଆଣ୍ଡ୍ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ବିରୋଧରେ ଦାୟର ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରି ମାମଲାକୁ ରଦ୍ଧ କରିଛନ୍ତି । ନିମ୍ନ ଅଦାଲତ ନିଦେ୍ର୍ଧଶକୁ ଖଣ୍ଡପୀଠ ଖାରଜ କରିବା ସହିତ ଆବେଦନକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଦାଲତରେ ବିଚାରାଧୀନ ଏ ସଂପର୍କିତ ଅପରାଧିକ ମାମଲାକୁ ରଦ୍ଧ କରିଛନ୍ତି । ଆବେଦନକାରୀଙ୍କ ବିରୋଧରେ ପଦକ୍ଷେପ ନେବା ପୂର୍ବରୁ ତଦନ୍ତକାରୀ ଅଧିକାରୀ କୌଣସି ଯୁକ୍ତିଯୁକ୍ତ କାରଣ ଥିବା ତଥ୍ୟ ପ୍ରମାଣ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ତଦନ୍ତ ଉପରଠାଉରିଆ ଭାବେ କରାଯାଇଛି । ଆବେଦନକାରୀଙ୍କ ଅଭିଯୋଗ କରାଯାଇଥିବା ଅପରାଧରେ ସଂପୃକ୍ତି ଥିବା ନେଇ ସନେ୍ଦହ କରିବାକୁ କୌଣସି ଠୋସ୍ ପ୍ରମାଣ ନାହିଁ । ଅଭିଯୋଗରେ ରହିଥିବା ବିବାଦ ଦେୱାନୀ ଧରଣର ହୋଇଥିବା ବେଳେ ଏହାକୁ ଅପରାଧିକ ରଙ୍ଗ ଦିଆଯାଇଛି ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ଶ୍ୱେତଲିନା ଦାସ ଓ ଆଶୁତୋଷ ସାହୁ ସହାୟତା କରୁଥିଲେ ।