ତିନି କୃଷି ଆଇନ ଉଚ୍ଛେଦ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

Nov 24, 2021 - 11:15
 63
ତିନି କୃଷି ଆଇନ ଉଚ୍ଛେଦ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ
ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଆଜି ପୂର୍ବାହ୍ନରେ ଆୟୋଜିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍‌ ‘କୃଷି ଆଇନ ଉଚ୍ଛେଦ ଚିଠା ୨୦୨୧’କୁ ଗ୍ରହଣ କରି ଅନୁମୋଦନ ମୋହର ଦେଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପରାମର୍ଶ କରି କେନ୍ଦ୍ର କୃଷି ମନ୍ତ୍ରାଳୟ ମଧ୍ୟ ଉକ୍ତ ଚିଠାକୁ ଚୂଡ଼ାନ୍ତ କରିଥିବା କୁହାଯାଉଛି।