ସୋସିଆଲ ମିଡିଆକୁ ବାଏ ବାଏ କହିଲେ ଶିଳ୍ପା ଶେଟ୍ଟୀ

May 12, 2022 - 15:21
 67
ସୋସିଆଲ ମିଡିଆକୁ ବାଏ ବାଏ କହିଲେ ଶିଳ୍ପା ଶେଟ୍ଟୀ
ମୁମ୍ବାଇ ୧୨।୫: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ବ୍ଲାକ୍ ଫଟୋ ପୋଷ୍ଟ କରି କହିଛନ୍ତି ଯେ, ସେ ସୋସିଆଲ ମିଡିଆରୁ ବିଦାୟ ନେଉଛନ୍ତି । ଏହି ଖବର ଶିଳ୍ପାଙ୍କ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିଳ୍ପା ଶେଟ୍ଟୀ ମେ’ ୧୨ରେ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଉଭୟ ଇନଷ୍ଟାଗ୍ରାମ ଏବଂ ଟ୍ବିଟରରୁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଶିଳ୍ପା ଏ ନେଇ ଏକ ପୋଷ୍ଟ ମଧ୍ୟ ସେୟାର କରି ଏହା କହିଛନ୍ତି ସେ ଏମିତି କାହିଁକି କଲେ । ସେ ଲେଖିଛନ୍ତି, ‘ଗୋଟିଏ ଜିନିଷରୁ ଥକି ଯାଇଛି, ସବୁକିଛି ସମାନ ଦେଖାଯାଉଛି । ସୋସିଆଲ ମିଡିଆରୁ ଦୂରକୁ ଯାଉଛି ଯେପର୍ଯ୍ୟନ୍ତ ମୋତେ ଗୋଟିଏ ନୂଆ ଅବତାର ମିଳିନଯାଇଛି ।’ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ଅଢେଇ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି । ସମସ୍ତଙ୍କୁ ନିରାଶ କରି ଶିଳ୍ପା ଏଭଳି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଶିଳ୍ପାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜାମିନରେ ମୁକୁଳିବା ପରେ ସୋସିଆଲ ମିଡିଆକୁ ଅଲବିଦା କହିଦେଇଥିଲେ । ଲୋକମାନେ ତାଙ୍କୁ ଖରାପ ଭାବେ ଟ୍ରୋଲ କରୁଥିଲେ । ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ।