ଏନକାଂଟରରେ ୨ ମାଓବାଦୀ ମୃତ

Jul 29, 2019 - 18:24
 120
ମାଲକାନଗିରି , ୨୯/୭(ସକାଳଖବର): ସୁକମା ଜିଲ୍ଲା ନକ୍ସଲ ପ୍ରଭାବିତ କୋଂଟା ଥାନା ଘଂଚ ଜଙ୍ଗଲ ମଧ୍ୟରେ ଥିବା ଅସ୍ଥାୟୀ ମାଓବାଦୀ କ୍ୟାମ୍ପ ଉପରେ ପୁଲିସ ଚଢାଉ କରିବା ସହ ଏନକାଉଂଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେହିପରି ଘଟଣାସ୍ଥଳରୁ ଗ୍ରେନେଡ଼ ଲଂଚର ସହିତ ବିପୁଳ ପରିମାଣରେ ମାଓ ବ୍ୟବହୁତ ସାମ୍ରଗୀ ଜବତ ହୋଇଛି । ସୂଚନା ଅନୁସାରେ , ପୁଲିସ ସୂଚନାଦାତା ଙ୍କ ସୂଚନା ଆଧାରରେ ସୋମବାର ସୁକମା ଜିଲା ଡିଆରଜି ଯବାନଙ୍କ ଏକ ଟିମ କୋଂଟାଥାନା ଅଧିକାରୀଙ୍କ ନେତୃତ୍ୱରେ ଘଟଣା ସ୍ଥଳ ଅଭିମୁଖେ ଯାଇଥିଲେ । ଘଟଣା ସ୍ଥଳରେ ଅସ୍ଥାୟୀ ମାଓ କ୍ୟାମ୍ପ ଉପରେ ଡିଆରଜି ଯବାନଙ୍କ ଅ·ନକ ଚଢାଉ ବେଳେ ଦୁଇ ପୋଷାକ ଧାରୀ ମାଓବାଦୀ ଖସି ଯାଉଥିବା ବେଳେ ଯବାନ ମାନେ ଫାୟାରିଂ କରିଥିଲେ । ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ତତସହିତ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ବ୍ୟବହୁତ ସାମଗ୍ରୀ ଜବତ କରିଥିବା ସୂଚନା ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ସଲଭ ସିଂହ୍ନା ସୂଚନା ଦେଇଥିଲେ । ଗୋଟିଏ ପଟେ ମାଓବାଦୀଙ୍କ ସହିଦ ସପ୍ତାହ ·ଲିଥିବା ବେଳେଗତକାଲି ସୁକୁମାରେ ଚଉଦ ଜଣ ମିଲିସିଆ ସଦସ୍ୟ ଆତ୍ମସମର୍ପଣ ପରେ ଆଜି ଦୁଇ ମାଓବାଦୀଙ୍କ ମୃତ୍ୟୁ ମାଓ ଆନେ୍ଦାଳନ କୁ ଏକ ଶକ୍ତ ଧକ୍କା ଦେଇଛି ।