ଆଇଏସଆଇ ଟାର୍ଗେଟରେ କଶ୍ମୀର ପଣ୍ଡିତ, ହମଲା ପାଇଁ ଆତଙ୍କୀଙ୍କ ସହ ଗୁପ୍ତ ବୈଠକ

Oct 15, 2021 - 08:23
 60
ଆଇଏସଆଇ ଟାର୍ଗେଟରେ କଶ୍ମୀର ପଣ୍ଡିତ, ହମଲା ପାଇଁ ଆତଙ୍କୀଙ୍କ ସହ ଗୁପ୍ତ ବୈଠକ
ନୂଆଦିଲ୍ଲୀ: ପୁଣିଥରେ ଭାରତ ବିରୋଧରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ କରିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ତଥ୍ୟ ମିଳିଛି। ଆଇଏସଆଇ ଜମ୍ମୁ-କଶ୍ମୀରରେ ରହୁଥିବା ପଣ୍ଡିତମାନଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି। ଜମ୍ମୁ-କଶ୍ମୀରରେ ଆକ୍ରମଣ କରି ପଣ୍ଡିତଙ୍କୁ ହତ୍ୟା କରିବା ପାଇଁ ଆଇଏସଆଇ ବିଭିନ୍ନ ଆତଙ୍କୀ ସଂଗଠନକୁ ନିର୍ଦ୍ଦେଶ ଦେଇଛି। ସେପ୍ଟେମ୍ବର ୨୧ରେ ଆଇଏସ୍‌ଆଇର ଅଧିକାରୀମାନେ ପାକ୍ ଅଧିକୃତ କଶ୍ମୀରର ମୁଜାଫରବାଦ ଠାରେ ବିଭିନ୍ନ ଆତଙ୍କର ସଂଗଠନର ଆକ୍କାମାନଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଆଇଏସଆଇ ଓ ଆତଙ୍କୀ ସଂଗଠନଗୁଡ଼ିକ ମଧ୍ୟରେ ହୋଇଥିବା ଏହି ଗୁପ୍ତ ବୈଠକ ସମ୍ପର୍କରେ ଭାରତୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ହାସଲ କରିଛି। ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଗୁଇନ୍ଦା ବିଭାଗ ହାଇଆଲର୍ଟ ଜାରି କରିଛି। ଆଇଏସ୍‌ଆଇର ଉକ୍ତ ବୈଠକ ପରେ ହିଁ କଶ୍ମୀରରେ ପଣ୍ଡିତଙ୍କମାନଙ୍କ ହମଲା ଆରମ୍ଭ ହୋଇଛି। ଆଗକୁ ମଧ୍ୟ ଏପରି ହମଲା କରିବାକୁ ଆତଙ୍କୀ ସଂଗଠନ ଗୁଡ଼ିକ ଯୋଜନା କରୁଛନ୍ତି।