ଅନୁଗୋଳରେ ପହଞ୍ଚିଲା ଭୋଟର ସଚେତନତା ଅଭିଯାନ

Feb 15, 2019 - 20:02
 257
ଅନୁଗୋଳରେ ପହଞ୍ଚିଲା ଭୋଟର ସଚେତନତା ଅଭିଯାନ
ଅନୁଗୋଳ,୧୫/୨(ସକାଳଖବର): ଭୋଟର ମାନଙ୍କୁ ସଚେତନ କରିବା ଉଦେ୍ଧଶ୍ୟରେ ଭୋଟର ଚେତନା ଅଭିଯାନର ଆଜି ପୂର୍ବାହ୍ନରେ ଜିଲ୍ଳାପା କାର୍ଯ୍ୟାଳୟଠାରେ ପହଞ୍ଚିଛି । ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାିବା ସହିତ ଭୋଟର ଚେତନା ଅଭିଯାନରେ ନୂତନ ଭୋଟର ମାନେ ସଚେତନ ହୋଇ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାପୂର୍ବରୁ ଜିଲ୍ଳା କାର୍ଯ୍ୟାଳୟ କୋର୍ଟ ରୁମ ଟଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏହି ଅଭିଯାନ ଦ୍ୱାରା ଚାଳୁଥିବା ସଚେତନତା କାର୍ଯ୍ୟକ୍ରମ ବ୍ୟପକ ଭାବେ ଲୋକମାନଙ୍କ ନିକଟରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଥିବା ସାର୍ବଜନୀନ ସାବାଳକ ଭୋଟ ବ୍ୟବସ୍ଥାରେ ଥିବା ସାର୍ବଜନୀନ ସାବାଳକ ଭୋଟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆମ ଭୋଟର ମୂଲ୍ୟକୁ ବୁଝିବା ସହ ନିଜର ବହୁ ମୂଲ୍ୟ ମତ ସାବ୍ୟସ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଡେ଼ପୁଟୀ କଲେକ୍ଟର (ନିର୍ବାଚନ) ଶ୍ରୀ ବୈତୁରା ଦୀପ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଳା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଚାଲୁଥିବା ଭୋଟର ସଚେତନତା କାର୍ଯ୍ୟକ୍ରମରେ ସସଂପର୍କେ;ର ସୂଚନା ପ୍ରଦାନ କରିଥିଲେ । ଭୋଟର ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜିତାର ସମ୍ପାଦିକା ଅନୁପମା ରାଉତ ଓଡ଼ିଶା ନିର୍ବାଚନ ପହରୀର ଜିଲ୍ଲା ପରିକ୍ରମା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ନିର୍ବାଚନ ପ୍ରହରୀ ସହିତ ଆସିଥିବା ଶ୍ରୀ ଗୋବିନ୍ଦ ଓଝା, ଶ୍ରୀ ବିଜୟ ସେନାପତି ଓ ଶ୍ରୀ ବେଲାରସେନ ନାୟକ ଅଭିଯାନର ଉଦେଶ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ନୂତନ ଭୋଟରମାନଙ୍କୁ ମୋ ଭୋଟର ମୂଲ୍ୟ ସର୍ମ୍ପରେ ସଚେତନତା କରିବା ସହ ଗଣତନ୍ତ୍ର ଦେଶରେ ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ସମ୍ପର୍କରେ ଏହି ରଥ ସଚେତନତା ସୃଷ୍ଟି କରିବ ବୋଲି ସେମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ନିଜ ଭୋଟର ମୂଲ୍ୟକୁ ଉପଲବଧି କରି ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତେ ଶପଥ ପାଠ କରିଥିଲେ ।