ଓଡିଆ ସହୀଦଙ୍କ ପରିବାରକୁ ସହୟତା ରାଶି ୨୫ ଲକ୍ଷକୁ ବୃଦ୍ଧି

Feb 16, 2019 - 17:35
 226
ଓଡିଆ ସହୀଦଙ୍କ ପରିବାରକୁ ସହୟତା ରାଶି ୨୫ ଲକ୍ଷକୁ ବୃଦ୍ଧି
ଭୁବନେଶ୍ୱର,୧୬ /୨(ସକାଳଖବର): ପୁଲୱାମା ଆତଙ୍କୀ ବିସ୍ପୋରଣରେ ସହୀଦ ହୋଇଥିବା ଓଡିଶାର ଯବାନଙ୍କ ପାଇଁ ଅନୁକମ୍ପା ମୂଳକ ସହାୟତା ରାଶି ୧୦ ଲକ୍ଷ ରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ସହୀଦ ନାଉଗାଁର ପ୍ରସନ୍ନ ସାହୁ ଓ ନିଆଳି ରତନପୁର ଗାଁର ମନୋଜ କୁମାର ବେହେରାଙ୍କ ଗାଁକୁ ଆଦର୍ଶ ପଂଚାୟତ କରାଯିବା ସହ ସେମାନେ ପଢୁଥିବା ସ୍କୁଲକୁ ସେମାନଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ବ୍ୟତୀତ ସହୀଦଙ୍କ ପିଲାମାନଙ୍କ ପଢା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ ଶହୀଦଙ୍କ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଥିଲେ ।