ଅଟୋ ଚାଳକଙ୍କୁ ୪୭ ହଜାର ଟଙ୍କାର ଜୋରିମାନା

Sep 5, 2019 - 06:11
 110
ଅଟୋ ଚାଳକଙ୍କୁ ୪୭ ହଜାର ଟଙ୍କାର ଜୋରିମାନା
ଭୁବନେଶ୍ୱର,୪/୯(ସକାଳଖବର): ଜାତୀୟ ମୋଟର ଆଇନ୍ ଲାଗୁ ହେବା ପରେ ଆଜି ପୂର୍ବାହ୍ନରେ ଜଣେ ଅଟୋ ଚାଳକ ଫସିଛନ୍ତି । ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ୪୭ ହଜାର ୫୦୦ ଟଙ୍କା ର ଜୋରିମାନା କରଯାଇଛି । ଅଟୋ ଡ୍ରାଇଭର ଜଣକ ହେଲେ ହରିବନ୍ଧୁ କହଁର । ନିଜର ଓଆର ୦୨ - ୨୨୪୩ ନମ୍ବର ବିଶିଷ୍ଟ ଅଟୋ ନେଇ ଯାଉଥିବା ବେଳେ ଟ୍ରାଫିକ୍ କନେଷ୍ଟବଳ ତାଙ୍କୁ ଅଟକାଇଥିଲେ । ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା , ଗାଡିର ପରମିଟ୍ ୧୦ ହଜାର ଟଙ୍କା , ଇନ୍ସୁରାନ୍ସ ନଥିବାରୁ ୨ ହଜାର ଟଙ୍କା , ମଦ୍ୟପାନ କରି ଗାଡି ଚଳାଉଥିବାରୁ ୧୦ ହଜାର ଟଙ୍କା , ରେଜିଷ୍ଟ୍ରେସନ୍ ନଥିବାରୁ ୫୦୦୦, ଜଣେ ମାଲିକ ଥାଇ ଅନ୍ୟକୁ ଗାଡି ଦେବାରୁ ୫୦୦୦ , ପ୍ରଦୂଷଣ ପାଇଁ ୧୦ ହଜାର , ସାଧାରଣ ଭୁଲ୍ ପାଇଁ ୫୦୦ ଟଙ୍କା ପାଇଁ ଜୋରିମାନା କରାଯାଇଛି ।