୪୫ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ସରକାରଙ୍କ ନିକଟରେ ଅଭିଯୋଗ

Jun 20, 2018 - 19:04
 152
୪୫ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ସରକାରଙ୍କ ନିକଟରେ ଅଭିଯୋଗ
ଭୁବନେଶ୍ୱର, ୨୦/୬(ସକାଳଖବର): ଚଳିତ ବର୍ଷ ବର୍ତମାନ ସୁଦ୍ଧା ୪୭ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ସରକାରଙ୍କ ନିକଟରେ ଅଭିଯୋଗ ହସ୍ତଗତ ହୋଇଛି । ସେଥି ମଧ୍ୟରୁ ସାତ ଜଣଙ୍କର ମୃତ୍ୟୁ ଅଂଶୁଘାତ କାରଣରୁ ହୋଇଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ ପ୍ରକାଶ କରିଛନ୍ତିା ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଶ୍ରୀ ସେଠୀ କହିଛନ୍ତି ଯେ ୩୮ଟି ମୃତ୍ୟୁ ମାମଲାର ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଶ୍ରୀ ସେଠୀ କହିଛନ୍ତି ।