ହ୍ୱାଟସଅପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହତ୍ୟାଯୋଜନା, ୨ ଗିରଫ

Sep 18, 2018 - 12:24
 252
ହ୍ୱାଟସଅପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହତ୍ୟାଯୋଜନା, ୨ ଗିରଫ
ନୂଆଦିଲ୍ଳୀ ୧୮/୯ (ସକାଳଖବର):ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଉତ୍ତରାଖଣ୍ଡର ଦୁଇଜଣଙ୍କୁ ଆଜି ଗିରଫ କରିଛି। ଉତ୍ତରାଖଣ୍ଡର ଧାରଚୂଳା ସହରକୁ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଗସ୍ତ କରିବାର ଥିଲା। କିନ୍ତୁ ଗତକାଲି ଦୁଇଜଣ ବ୍ୟକ୍ତି ନିର୍ମଳାଙ୍କୁ ହତ୍ୟା କରିବା ନେଇ ହ୍ଵାଟ୍ସଆପ୍‌ରେ ଚାଟିଂ କରିଥିଲେ। ଗତକାଲି ସକାଳ ପ୍ରାୟ ୯.୩୦ ସମୟରେ ପୁଲିସ ଏ ବିଷୟରେ ଏକ ହ୍ଵାଟ୍ସଆପ୍‌ ଗ୍ରୁପ୍‌ରେ ସୂଚନା ପାଇବାପରେ ଅଭିଯୁକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି।ଗିରଫ ଦୁଇଜଣ ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍ ମାଧ୍ୟମରେ ନିର୍ମଳାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ଯୋଜନା କରୁଥିଲେ। ରବିବାର ସକାଳ ପ୍ରାୟ ୯ .୩୦ରେ ପୁଲିସ୍‌ ଏ ବିଷୟରେ ଜାଣିବା ପରେ ଅପରାଧୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।ସୋମବାର ସକାଳୁ ଦୁଇ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ୍‌। ଉଭୟଙ୍କ ବିରୋଧରେ ଆପିସି ଆକ୍ଟ ୫୦୬(ଅପରାଧିକ ଧମକ୍‌ ଦେବା) ଓ ଆଇଟି ଆକ୍ଟ ୬୬ ଧାରା ଲାଗୁ ହୋଇଛି। ଏହି ଘଟଣାରେ ପୁଲିସ୍‌ ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମଧ୍ୟ ପଚରାଉଚରା କରୁଛି। ଏଥିସହିତ ଘଟଣାର ତଦନ୍ତ ଜାରି ରହିଛି ବୋଲି ପିଠୋରଗଡ଼ ଏସ୍‌ପି ରାମଚନ୍ଦ୍ର ରାଜଗୁର କହିଛନ୍ତି।