ହାଇକୋର୍ଟରେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମୀ ସୁରକ୍ଷା ମାମଲା

May 16, 2018 - 14:07
 189
ହାଇକୋର୍ଟରେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମୀ ସୁରକ୍ଷା ମାମଲା
କଟକ, ୧୬ା୫(ସକାଳଖବର): ଚିଲିକା ଓ ଭିତରକନିକା ଆର୍ଦ୍ରଭୂମୀ ସୁରକ୍ଷା ପ୍ରସଙ୍ଗରେ ବୁଧବାର ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଉଚ୍ଛେଦ ପ୍ରସଙ୍ଗରେ ଜିଲାପାଳମାନେ ସତ୍ୟପାଠ ଦାଖଲ କରିନଥିବାରୁ ସରକାର ମହଲତ ନେଇଥିଲେ । ଫଳରେ ଜୁନ ମାସ ୨୦ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ଜିଲାପାଳମାନେ ସତ୍ୟପାଠ ଦାଖଲ କରି କେତେ ସଂଖ୍ୟାରେ ଉଚ୍ଛେଦ ହୋଇଛି, ସେ ନେଇ ଜଣାଇବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।