ହଜିଯାଉଛି ଶ୍ରୀମନ୍ଦିର ସେବା ପରମ୍ପରା
ପୁରୀ, ୨୧/୯ (ସକାଳଖବର): ଶ୍ରୀମନ୍ଦିରରେ ଦାରୁ ବିଗ୍ରହଙ୍କ ସେବା ପୂଜା
ଅନନ୍ୟ । କିନ୍ତୁ କାଳକ୍ରମେ ଗୋଟିକ ପରେ
ଗୋଟିଏ ସେବା ବନ୍ଦ ହେଉଥିଲେ ମଧ୍ୟ ତାହାର
ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉ ନାହିଁ ।
ଶ୍ରୀମନ୍ଦିର ଭିତରେ ଜୟବିଜୟ ଦ୍ୱାରର ପଶ୍ଚିମ
ପାଶ୍ୱର୍ରେ ମହାରାଜା ପ୍ରତାପ ରୁଦ୍ରଦେବଙ୍କର ଏକ
ଶିଳାଲେଖାରେ ଉଲ୍ଲେଖ ରହିଛି ପ୍ରଭୁଙ୍କ
ସମ୍ମୁଖରେ କେବଳ ଗୀତଗୋବିନ୍ଦ ଗାନ
କରାଯିବ ଏବଂ ଗୀତଗୋବିନ୍ଦର ତାଳେ ତାଳେ
ନୃତ୍ୟ ପରିବେଷିତ ହେବ । ବିଭିନ୍ନ ଶାସ୍ତ୍ରପୁରାଣ
ଅନୁଯାୟୀ ଗୀତ ଗୋବିନ୍ଦର ଭକ୍ତିର ସପୂର୍ଣ୍ଣ
ପଦାବଳୀ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପି୍ରୟ ।
ଗୀତଗୋବିନ୍ଦ ମୁଦ୍ରିତ ଖଣ୍ଡୁଆ ଶ୍ରୀଜଗନ୍ନାଥ
ପରିଧାନ କରିଥାନ୍ତି । ଗୀତଗୋବିନ୍ଦ ସେବା
ଶ୍ରୀମନ୍ଦିରର ଅନ୍ୟାନ୍ୟ ପ୍ରାଚୀନ ପୂଜା ସହିତ
ସଂଶ୍ଳିଷ୍ଟ ରହିଆସିଛି । ନିଶା ନୃସିଂହଙ୍କ ନିକଟରେ
ଜଣେ ଦୃଷ୍ଟିହୀନ ଆଚାର୍ଯ୍ୟ ଏହି ସେବା
କରିଆସୁଥିଲେ । ମାତ୍ର ବାର୍ଦ୍ଧକ୍ୟ ଓ ସ୍ୱରର
କର୍କଷତା ଯୋଗୁଁ ସେ ସ୍ୱେଚ୍ଛାକୃତ ଭାବେ
ସେବାରୁ ଓହରି ଯିବାପରେ ୨୨ବର୍ଷରୁ ଊଦ୍ଧ୍ୱର୍
ସମୟ ଧରି ଏହି ସେବା ବନ୍ଦ ହୋଇଗଲାଣି ।
ଶ୍ରୀଜିଉଙ୍କ ମନୋରଞ୍ଜନ ପାଇଁ ପୂର୍ବରୁ ମନ୍ଦିର
ଭିତରେ ମାହାରୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟ
ପ୍ରଚଳିତ ଥିଲା । କୋକିଳପ୍ରଭା ଥିଲେ ଶେଷ
ମାହାରୀ । ପୂର୍ବରୁ ଭିତର ଗାୟଣୀମାନେ ସକାଳ
ଧୂପ ସମୟରେ ଜଗମୋହନରେ ନୃତ୍ୟ କରିବା
ସହ ବଡସିଂହାର ଭୋଗପରେ ଶୟନ ଠାକୁର
ଭିତରକୁ ବିଜେକଲେ କଳାହାଟ ଦ୍ୱାର
ନଣ୍ଡାବର୍ତ୍ତଠାରେ ଗୀତଗୋବିନ୍ଦ ଗାନ କରୁଥିଲେ
ା କାର୍ତ୍ତିକମାସ ବାଳଧୂପରେ ଓ ଚନ୍ଦନଯାତ୍ରା
ସମୟରେ ମଧ୍ୟ ସେମାନେ ସଂଗୀତ ଗାନ
କରୁଥିଲେ । ୨୧ଦିନ ଧରି ଠାକୁରମାନଙ୍କ
ବାହାର ଚନ୍ଦନ ଓ ଭିତର ଚନ୍ଦନ ଅନୁଷ୍ଠିତ
ହୋଇଥାଏ । ବାହାରଚନ୍ଦନ ବେଳେ ଶ୍ରୀଜିଉଙ୍କ
ଚଳନ୍ତି ପ୍ରତିମାମାନେ ମଣିବିମାନ ପାଲିଙ୍କିରେ
ପଞ୍ଚୁପାଣ୍ଡବଙ୍କସହ ଜଳକ୍ରୀଡା ପାଇଁ ନରେନ୍ଦ୍ର
ସରୋବରକୁ ଯାଇଥାନ୍ତି । ଭିତର ଚନ୍ଦନ
ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥାଏ ।
ଏହି ୪୨ଦିନ ଧରି ଚନ୍ଦନଲାଗି ସମୟରେ
ଜଗମୋହନରେ ନୃତ୍ୟ ପରିବେଷଣ
କରାଯିବାର ବିଧି ଥିଲା । ମାତ୍ର ତାହା ବନ୍ଦ
ହୋଇଗଲାଣି । ଏବେ ଏହି ସେବା କରିବାକୁ
କୌଣସି ମାହାରୀ ନାହାଁନ୍ତି । ଜୟବିଜୟ
ଦ୍ୱାର ନିକଟରେ ସ୍ତୋତ୍ର ଗାୟନ ଓ ନୃତ୍ୟ
ପରିବେଷଣ କରିବାର ବ୍ୟବସ୍ଥା ପ୍ରଚଳିତ ଥିଲା
। ଏହି ସ୍ତୋତ୍ର ଗାୟନ ଓ ନୃତ୍ୟ
ପରିବେଷଣବେଳେ ମୃଦଙ୍ଗ, କରତାଳ ଓ
କାଂସତାଳ ଇତ୍ୟାଦି ବାଦ୍ୟ ବାଦନ ହେଉଥିଲା
ା ଏହି ସେବାରେ ଭିତର ଗାୟଣୀ ଓ ସଂପ୍ରଦା
ନିଯୋଗ ନିୟୋଜିତ ଥିଲେ । ନବକଳେବର
ସମୟରେ ଗାୟଣୀ ଓ ସଂପ୍ରଦା ନିଯୋଗର
ସେବାକାରିଣୀମାନେ ଦାରୁ ସହ ହୁଳହୁଳି ଦେଇ
ମନ୍ଦିରରେ ପ୍ରବେଶ କରିବାର ବିଧି ପ୍ରଚଳିତ
ଥିଲା । ଏହାଛଡା ସଂପ୍ରଦା ନିଯୋଗ
ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀଙ୍କ ସହ
ଗୁଣ୍ଡିଚାମନ୍ଦିର ନିକଟକୁ ଯାଇ ରଥ ଭାଙ୍ଗିଥାନ୍ତି ।
ଜନ୍ମାଷ୍ଟମୀ ପର୍ବ ସମୟରେ ସଂପ୍ରଦା ନିଯୋଗ
ଦ୍ୱାରା ଯଶୋଦା ରୋହିଣୀ ସେବା ସଂପନ୍ନ
କରାଯିବା ସହ ଶ୍ରୀକୃଷ୍ଣଙ୍କୁ କ୍ଷୀର ଖୁଆଇବା ନୀତି
ଏହି ସେବାକାରିଣୀମାନଙ୍କ ଦ୍ୱାରା ସଂପନ୍ନ
ହୋଇଥାଏ । ମାହାରୀମାନେ ଏହି ସେବା
କରିଥାନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟ
ବନ୍ଦହୋଇ କେବଳ ବିଧି ରକ୍ଷାପାଇଁ ଯଶୋଦା
ରୋହିଣୀ ଓ ଶ୍ରୀକୃଷ୍ଣଙ୍କୁ କ୍ଷୀର ଖୁଆଇବା ସେବା
ଅନ୍ୟ ସେବକ ସଂପନ୍ନ କରୁଛନ୍ତି । ଶ୍ରୀଜଗନ୍ନାଥ
ସଂଗୀତ ପି୍ରୟ ଠାକୁରଭାବେ ପରିଚିତ ।
ଠାକୁରଙ୍କ ଚନ୍ଦନଲାଗି ସମୟରେ
କଳାହାଟଦ୍ୱାରର ନଣ୍ଡବର୍ତ୍ତଠାରେ ଏବଂ ପହୁଡ
ସମୟରେ ପୁଷ୍ପାଞ୍ଜଳିବେଳେ ବୀଣାକାରମାନେ
ବୀଣା ବାଦନ କରିବାର ବିଧି ପ୍ରଚଳିତ ଥିଲା
ା ପହୁଡ ସମୟରେ ପୁଷ୍ପାଞ୍ଜଳି ବେଳେ
ଠାକୁରଙ୍କ ସହ ଜୟବିଜୟ ଦ୍ୱାର ଓ ଭିତର
ପଲଙ୍କ ପର୍ଯ୍ୟନ୍ତ ବୀଣାକାରମାନେ ବୀଣାବାଦନ
ସେବା କରିଥାନ୍ତି । ଏହି ସେବା କିନ୍ତୁ ବହୁଦିନରୁ
ଅବଲୁପ୍ତ । ଦୀର୍ଘଦିନ ହେଲା କୌଣସି
ବୀଣାକାର ସେବକ ନାହାଁନ୍ତି । ଗୋଟିପୁଅ ନୃତ୍ୟ
ମଧ୍ୟ ବନ୍ଦ ହୋଇଗଲାଣି । ଦେବୀ ବିମଳାଙ୍କ
ମନ୍ଦିରରେ ଆଠ ଭେଣ୍ଡିଆ ମାଳିଶ୍ରୀ (ମାଳଶ୍ରୀ)
ଗାନ କରିବା ସେବା ମଧ୍ୟ ଏବେ ଅବଲୁପ୍ତ ।
୧୯୪୫ମସିହାରୁ ଦୁଆରୀକରଣ ସେବା ଓ
୧୯୬୦ ମସିହାରୁ ଚର୍ଚ୍ଚାୟିତକରଣ ସେବା ବନ୍ଦ
ହୋଇଯାଇଛି । ଶଙ୍ଖୁଆ ଓ କଳାବେଠିଆ ସେବା
ମଧ୍ୟ ଅବଲୁପ୍ତ । ମାଦେଳୀ ସେବକମାନେ ପ୍ରତ୍ୟହ
ସକାଳଧୂପ ସମୟରେ ପଟୁଆରରେ ମାଦଳ
ବାଦନ କରିଥାନ୍ତି । ସ୍ନାନବେଦୀରେ ଠାକୁର ଥିବା
ସମୟରେ ଓ କାର୍ତ୍ତିକ ମାସରେ ବାଳଧୂପ ବେଳେ
ମାଦଳ ସେବକମାନେ ମାଦଳ ବାଦନ କରିବା
ସେବା ପ୍ରଚଳିତ ଥିଲା । ଷୋଳପୂଜା ସମୟରେ
ମଧ୍ୟ ମାଦଳୀମାନେ ମାଦଳ ବାଦନ କରିଥାନ୍ତି ।
କିନ୍ତୁ ଏହି ସେବା ଆଉ ଏବେ ସଂପନ୍ନ
ହେଉନାହିଁ । କେବଳ ପ୍ରତୀକାତ୍ମକଭାବେ
ରଥଯାତ୍ରା ସମୟରେ ଏହି ମାଦେଳୀ ସେବା
କରାଯାଉଛି । ଉଲ୍ଲେଖାଯୋଗ୍ୟ ଯେ ଶ୍ରୀଜିଉଙ୍କ
ମାହାରୀ ସେବା କରୁଥିବା ସେବିକାମାନଙ୍କୁ
ଚିରକୁମାରୀ ରହିବାକୁ ପଡିଥାଏ ଏବଂ ଅତ୍ୟନ୍ତ
ଭକ୍ତିଭାବ ତଥା ପବିତ୍ରତା ସହକାରେ ଭକ୍ତିଭାବ
ଓ ଏକାଗ୍ରତା ସହକାରେ ଏହି ସେବା ସଂପନ୍ନ
କରିବାକୁ ହୋଇଥାଏ । ମାହାରୀ ସଂପ୍ରଦାୟର
ଅନ୍ୟକେହି ଏହି ସେବା କରିବାକୁ ଆଗ୍ରହୀ
ନଥିବାରୁ ଏହି ସେବାର ପୁନଃ ପ୍ରଚଳନ
ସମ୍ଭାବନା କ୍ରମେ କ୍ଷୀଣ ହେବାରେ ଲାଗିଛି ।
ବନ୍ଦ ହୋଇଯାଇଥିବା ସେବାଗୁଡିକର
ପୁନରୁଦ୍ଧାର ଦିଗରେ କୌଣସି ଉଦ୍ୟମ
ନହେବା ବିଡ଼ମ୍ବନାର ବିଷୟ ହୋଇଛି ।