ସ୍ନାନମଣ୍ଡପରୁ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

Jun 28, 2018 - 06:56
 162
ସ୍ନାନମଣ୍ଡପରୁ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ,୨୮/୬(ସକାଳଖବର): ଜଳମଗ୍ନ ବଡ଼ଦାଣ୍ଡ ଓ ବର୍ଷଣମୁଖର ପରିବେଶ ମଧ୍ୟରେ ରତ୍ନ ସିଂହାସନରୁ ଚତୁର୍ଦ୍ଧାମୂର୍ତ୍ତି ଆଜି ସ୍ନାନମଣ୍ଡପକୁ ବିଜେ କରି ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଜି ପୂର୍ବାହ୍ନରେ ପହଣ୍ଡିରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଅଣାଯିବା ପରେ ମହାପ୍ରଭୁଙ୍କୁ ମଙ୍ଗଳଆଳତୀ କରାଯାଇଥିଲା । ଏହାପରେ ୧୦୮ ଗଡ଼ୁ ସୁବିସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା । ଅପରାହ୍ନରେ ଗଜପତି ଦିବ୍ୟସିଂହ ମହାରାଜ ଛେରାପହଁରା କରିବା ପରେ ଠାକୁରଙ୍କର ହାତୀବେଶ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ପରେ ଠାକୁରଙ୍କର ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଅତ୍ୟଧିକ ସ୍ନାନଜନିତ ଅସୁସ୍ଥତା କାରଣରୁ ମହାପ୍ରଭୁ ଆସନ୍ତାକାଲିଠାରୁ ରତ୍ନ ସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବାରେ ଅସମର୍ଥ ହେବେ । ଏହି ସମୟରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରି ସମପୂଣ୍ୟ ଅର୍ଜନ କରିବେ । ସ୍ନାନମଣ୍ଡପରେ ହାତୀବେଶ ଦର୍ଶନ ପାଇଁ ଆଜି ପୁରୀରେ ଭକ୍ତଙ୍କ ଗହଳି ଲାଗିଛି । ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଛି ।