କଟକରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ

Jun 27, 2018 - 18:28
 152
କଟକ, ୨୭ା୬(ସକାଳଖବର): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ) ରେ ଆଜି କଟକ ସହରର ଜଣେ ବ୍ୟକ୍ତି ଡେଙ୍ଗୁ ରୋଗୀଭାବେ ଚିହ୍ନଟ ହୋଇଛନ୍ତି । ତାଙ୍କ ଘର ତୁଳସୀପୁର ଅଞ୍ଚଳରେ ହୋଇଥିବାବେଳେ ନାମ ଗୋପନ ରଖାଯାଇଛି । ସେହିପରି ଅନ୍ୟଜଣେ ମାହାଙ୍ଗା ଅଞ୍ଚଳର ବୋଲି ମେଡିକାଲ ତରଫରୁ ସୂଚନା ଦିଆଯାଇଛି । ଆଜି ୨୫ଟି ରକ୍ତ ନମୂନା ପରୀକ୍ଷା କୀରାଯାଇଥିବାବେଳେ ୨ଟି ପଜିଟିଭ ବାହାରିଛି । ଏଠାରେ ସୂଚନା ଥାଉକି, ବଡ ମେଡିକାଲରେ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ପୂର୍ବରୁ ଭୁବନେଶ୍ୱରରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।