ତେନ୍ତୁଳି ମଞ୍ଜି ଗୁଣ୍ଡ ଦ୍ୱାରା ଜଳ ହେବ ଫ୍ଲୋରାଇଡ଼ମୁକ୍ତ

Jun 28, 2018 - 06:58
 211
ତେନ୍ତୁଳି ମଞ୍ଜି ଗୁଣ୍ଡ ଦ୍ୱାରା ଜଳ ହେବ ଫ୍ଲୋରାଇଡ଼ମୁକ୍ତ
ହାଇଦ୍ରାବାଦ,୨୮/୬: ଫ୍ଲୋରାଇଡ଼ଯୁକ୍ତ ଜଳ ମିଳୁଥିବା ଅଞ୍ଚଳବାସୀଙ୍କ ପାଇଁ ନୂଆ ଖବର । ଏଣିକି ପ୍ରାକୃତିକ ଭାବେ ଫ୍ଲୋରାଇଡ଼ଯୁକ୍ତ ଜଳକୁ ଫ୍ଲୋରାଇଡ଼ମୁକ୍ତ କରାଯାଇପାରିବ । ହାଇଦ୍ରାବାଦର ଆନ୍ନାମାଚାର୍ଯ୍ୟା ପ୍ରଯୁକ୍ତି ଓ ବିଜ୍ଞାନ ପ୍ରତିଷ୍ଠାନ ଏବଂ ସ୍ଥାନୀୟ ସରକାରୀ କଲେଜର ମିଳିତ ଗବେଷଣା ସମୟରେ ଫ୍ଲୋରାଇଡ଼ଯୁକ୍ତ ଜଳରେ ସାମାନ୍ୟ ତେନ୍ତୁଳି ମଞ୍ଜି ଗୁଣ୍ଡ ମିଶାଇଲେ ଏହା ଫ୍ଲୋରାଇଡ଼ମୁକ୍ତ ହୋଇପାରୁଥିବା ପର୍ଯ୍ୟବେକ୍ଷଣ କରାଯାଇଛି । ଓଡ଼ିଶାର ବହୁ ଅଞ୍ଚଳରେ ଭୂତଳ ଜଳରେ ଫ୍ଲୋରାଇଡ଼ ରହୁଥିବା ପରିଲକ୍ଷିତ ହେଉଛି । ଏଥିରେ ଫ୍ଲୋରାଇଡ଼ ମାତ୍ରା ଏତେ ଅଧିକ ରହୁଛି ଯେ ଏହି ଜଳ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । କିନ୍ତୁ ଅନ୍ୟ କୌଣସି ଉପାୟ ନଥିବାରୁ ଜନସାଧାରଣ ବାଧ୍ୟ ହୋଇ ଫ୍ଲୋରାଇଡ଼ଯୁକ୍ତ ଜଳ ବ୍ୟବହାର କରି ଫ୍ଲୋରାସିସ୍ ରୋଗର ଶିକାର ହେଉଛନ୍ତି । ଆନ୍ଧ୍ରପ୍ରଦେଶର ନାଲଗୋଣ୍ଡା ଜିଲ୍ଲାରୁ ଫ୍ଲୋରାଇଡ଼ ମିଶା ନମୁନା ଜଳ ସଂଗ୍ରହ କରି ଗବେଷକମାନେ ଗବେଷଣା କରି ଉପରୋକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ତେନ୍ତୁଳି ମଞ୍ଜିରେ ପଲିସାକାରାଇଡ଼ ରହିଥିବା ଗବେଷକମାନେ କହିଛନ୍ତି ।