ସିଭିଲ ସୋସାଇଟିର ରାଜନୀତି
ଭୁବନେଶ୍ୱର, ୨୬/୧୧ (ସକାଳଖବର): ରାଜ୍ୟରେ ସରକାରୀ ସହାୟତା ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ସରକାରୀ ଅଧିକାରୀଙ୍କ ସହଯୋଗରେ ୪୦,୦୦୦କୋଟି ଟଙ୍କାର ଚିଟ୍ଫଣ୍ଡ ମହାଦୁର୍ନୀତି ଏବଂ ପାରାଦ୍ୱୀପରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ତୁରନ୍ତ ଶେଷ କରିବା ଦାବୀୋର ସିଭିଲ୍ ସୋସାଇଟି ସଂଗଠନଗୁଡ଼ିକ ତରଫରୁ ଆଜିଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ପ୍ରତିକ ଅନଶନ ଆରମ୍ଭ ହୋଇଛି । ବିଭିନ୍ନ ସଂଗଠନର ସାମାଜିକ କର୍ମୀ, ସୂଚନାଧିକାର କର୍ମୀମାନେ ଏକଜୁଟ ହୋଇ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଅନଶନ ଆରମ୍ଭ କରିଥିଲେ । ଅନଶନସ୍ଥଳୀରେ ଏକ ମହାଯଜ୍ଞର ଆୟୋଜନ
କରାଯାଇ ଚିଟ୍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ବିଜୁ ଜନତା ଦଳ ଏବଂ ଏହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ୟାନ୍ୟ ବିଧାୟକ ତଥା ଶ୍ରୀ ଅରୁଣ ସାହୁ, ଦେବୀ ମିଶ୍ର, ପ୍ରଣବ ଦାସ, ସଞ୍ଜୟ ଦାସବର୍ମାଙ୍କୁ ଅଗ୍ନିରେ ନିକ୍ଷେପ କରାଯାଇଥିଲା ଏବଂ ନବୀନ ପଟ୍ଟନାୟକ ଭ୍ରଷ୍ଟା·ର ଶାସନର ବିଲୋପ ପାଇଁ ଅଗ୍ନିଙ୍କୁ ପ୍ରାର୍ଥନା କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ ଚିଟ୍ଫଣ୍ଡ ମହାଦୁର୍ନୀତିର ତଦନ୍ତ ତାଲିକାରେ ରାଜ୍ୟ ସରକାର ବିଫଳ ହେଲା ପରେ ମାନ୍ୟବର ସୁପି୍ରମ କୋର୍ଟ ୨୦୧୪ ମସିହାରେ ସବିଆଇ ଦ୍ୱାରା ତଦନ୍ତ କରାଇବାକୁ ନିଦେ୍ର୍ଧଶ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସିବିଆଇ ଅଧିକାରୀମାନେ ଚିଟ୍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ବିଜେଡ଼ିର ବହୁ ନେତା, ବିଧାୟକ, ସାଂସଦମାନଙ୍କ ସହ ଚିଟ୍ଫଣ୍ଡ ମାଲିକମାନଙ୍କୁ ଗିରଫ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସରେ କାର୍ଯ୍ୟରତ ସରୋଜ ସାହୁଙ୍କୁ ସିବିଆଇ ଜେରା ପରେ ତଦନ୍ତର ଶିଥିଳତା ଦେଖା ଦେଇଥିଲା ଏବଂ ପରବର୍ତୀ ପର୍ଯ୍ୟାୟରେ ସିବିଆଇ ତଦନ୍ତ ଅଗ୍ରଗତି କରିପାରି ନଥିଲା । ନବୀନ ପଟ୍ଟନାୟକ ଏବଂ ବିଜେପି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଭିତିରି ବୁଝାମଣା ଯୋଗୁ ସିବିଆଇ ତଦନ୍ତ ବନ୍ଦ ରହିଥିଲା । ଗତ କିଛିଦିନ ତଳେ ବରିଷ୍ଠ ବିଧାୟକ ଡ଼କ୍ଟର ଦାମୋଦର ରାଉତ ରାଜ୍ୟ ସରକାର ଚିଟ୍ଫଣ୍ଡ ଦୁର୍ନୀତି ·ପି ଦେବାପାଇଁ ୧୦୦ କୋଟି ଟଙ୍କା ଲାଂଚ ସିବିଆଇ ଅଧିକାରୀଙ୍କୁ ଦେଇଥିବାର ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ୧୫ଦିନ ତଳେ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ସିଭିଲ୍ ସୋସାଇଟି ବିକ୍ଷୋଭ କରାଯାଇ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ ତୁରନ୍ତ ଶେଷ କରିବା ପାଇଁ ନିଦେ୍ର୍ଧଶକଙ୍କୁ ସ୍ମାରକ ପତ୍ର କରାଯାଇଥିଲା । ସିବିଆଇ କାର୍ଯ୍ୟାଳୟରୁ କୌଣସି ଉତର ନ ମିଳିବାରୁ ସିଭିଲ୍ ସୋସଇଟି ତରଫରୁ ଏହି ପ୍ରତିକ ଅନଶନ ଆୟୋଜନ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଂଯୁକ୍ତା ପାଣିଗ୍ରାହୀ, ଜିତେନ୍ଦ୍ର ସାହୁ, ଆଇନ୍ଜୀବୀ ସୁଧୀର ମହାନ୍ତି, ପ୍ରତାପ ସାହୁ, ସଞ୍ଜୟ ସାହୁ, ଅବଦୁଲ ୱାଲି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିକ ଅନଶନ ଆଗାମୀ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ·ଲିବ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସିଭିଲ ସୋସାଇଟିର ଆବାହକ ପ୍ରଦୀପ ପ୍ରଧାନ ନିବେଦନ କରିଛନ୍ତି ।