କଳାହାଣ୍ଡିରେ ୩୦ ମିଲର୍ସଙ୍କର ନାହିଁ ପରିବେଶ ମଂଜୁରୀ
ିଭବାନୀପାଟଣା, ୨୬/୧୧ (ସକାଳଖବର): କଳାହାଣ୍ଡି ଜିଲ୍ଲାରେ ଧାନକିଣାରେ ସାମିଲ ହେବା ସହ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ କରୁଥିବା ୩୦ ଗୋଟି ମିଲର୍ସର ପରିବେଶ ମଂଜୁରୀ ନଥିବା ପରିବେଶ ବିଭାଗ ତରଫରୁ ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ରାଇସ ମିଲର ଡ୍ରାୟର ଓ ବ୍ରୟଲର ହାଣ୍ଡି ମଧ୍ୟରୁ ଯେଉଁ ପାଣି ନିଷ୍କାସିତ ହୋଇଥ୍ଧଶ ସେହି ପାଣି ପରିବେଶ ପ୍ରତି ଅତ୍ୟନ୍ତ କ୍ଷତି କାରକ ହୋଇଥିବା ବେଳେ ସେଥରପ୍ରତି କାହାର ଦୃହ୍ଟି ପଡୁନଥିବା ଅଭିଯୋଗ ହେଉଛି । ଏପରିକି ରାଇସ ମିଲ ମଧ୍ୟରୁ ଯେଉଁ ପାଉଁଶ ବାହାରିଥାଏ ତାହା ମଧ୍ୟ ପରିବେଶ ପ୍ରତି କ୍ଷତିକାରକ ହୋଇଥାଏ ଏବଂ ଅନେକ ସମୟରେ ମାନବ ସମାଜ ପ୍ରତି ପରୋକ୍ଷରେ ସ୍ୱାସ୍ଥ୍ୟହାନିର ମୂଖ୍ୟ କାରଣ ହୋଇଯାଇଥାଏ । ଅନ୍ୟ ପକ୍ଷରେ ଜିଲ୍ଲାପ୍ରଶାସନ ଏବଂ ଯୋଗାଣ ବିଭାଗ ସେସବୁ ପ୍ରତି କୌଣସି ପ୍ରକାର ଦୃଷ୍ଟି ନଦେଇ ପରିବେଶ ମଂଜୁରୀ ନଥିବା ମିଲର୍ସ ମାନଙ୍କୁ ମଧ୍ୟ ଧାନ କିଣା କାରବାର ରେ ସଂପୃକ୍ତ କରିବା ସହିତ ସେମାନଙ୍କ ମନଇଚ୍ଛା ମଣ୍ଡି ମାନଙ୍କରେ ଟେଗିଂ କରି ସଂପୃକ୍ତ ମଣ୍ଡିରେ ସେହି ଅସାଧୁ ମିଲର୍ସ ରାଜ ଚଲାଇବାରେ ପରୋକ୍ଷରେ ସହାୟତା ଦେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ଯଦିଓ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଭଲି ଅସାଧୁ ମିଲର୍ସମାନଙ୍କୁ ଗେହ୍ଲାପୁଅ କରି ସେମାନଙ୍କୁ ପରୋକ୍ଷରେ ସହାୟତା କରୁଛନ୍ତି ତେବେ ସେସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକତା ରହିଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇବାରେ ଲାଗିଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ରୁ ମିଳିଥିବା ତଥ୍ୟ ଅନୁସାରେ କଳାହାଣ୍ଡି ଜିଲ୍ଲାର ୭୯ ଗୋଟି ମିଲର୍ସ ମଧ୍ୟରୁ ୪୯ ଗୋଟି ମିଲର୍ସର ପରିବେଶ ମଂଜୁରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଗଜଲକ୍ଷ୍ମୀ ଏଗ୍ରୋ ଲଡୁଗାଁ, ଆରହାଂଟ ରାଇସ ମିଲ ଖଜୁରପଡା,ବଜରଙ୍ଗ ରାଇସ ମିଲ ଲଡୁଗାଁ ,ଓମଶ୍ରୀହରିକ୍ରିଷ୍ଣ ଏଗ୍ରୋ ଲଡୁଗାଁ,ଜିନମାତା ଏଗ୍ରୋ ଡୁମେରବାହାଲ ଭଲି ରାଇସ ମିଲ ଗୁଡିକର ପରିବେଶ ମଂଜୁରୀ ଆଗାମୀ ମାର୍ଚ୍ଚ ୨୦୧୯ ରେ ଶେଷ ହୋଇଯିବାର ଜଣାପଡିଛି ।
ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ରୁ ମିଳିଥିବା ତଥ୍ୟ ଅନୁସାରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅନ୍ତର୍ଗତ ତ୍ରୀପୁରା ଫୁଡ ପ୍ରଡକ୍ଟ,ବେଲଗୁଡାର ପରିବେଶ ମଂଜୁରୀ ଗତ ୨୦୧୪-୧୫ ରୁ ରିଫୁ୍ୟଜ ହୋଇଥିବା ବେଳେ ସେହି ମିଲ ନିଜ ଇଚ୍ଛା ଅନୁସାରେ କିପରି ବାବେ ଯୋଗାଣ ବିଭାଗ ଦ୍ୱାରା ସଂପୃକ୍ତ ମିଲର ନିଜ ଅଂଚଳର ହାବସପୁର ମଣ୍ଡିରେ ଟେଗିଂ ହେଉଛି ତାହା ସାଧାରଣରେ ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି କଳିଙ୍ଗ ରାଇସ ମିଲ କେସିଙ୍ଗା, କହ୍ନେୟା ଏଗ୍ରୋ ନର୍ଲା,ମାଁ ଗୌରୀ ଶିବରାମପୁର ଜୟପାଟନା, ଦାଶରଥି ରାଇସ ମିଲ ଜୟପାଟଣା, ଆରବିଏଫଏନ ଚାରବାହାଲ, ସୀତାଫସ୍ୱଙ୍ଗ ରଣମାଲ,ଶ୍ରୀ ବାଲାଜୀ ବୁଢୀପଦର, ଆଦି ରାଇସ ମିଲର ପରିବେଶ ମଂଜୁରୀ ଗତ ୨୦୧୪-୧୫ ରୁ ଏବଂ ଆରକେ ମଡର୍ଣ୍ଣ କେସିଙ୍ଗା ଓ ଓମରାମ ରାଇସ ମିଲ ୨୦୧୬-୧୭ ରୁ ପରିବେଶ ମଂଜୁରୀ ରିଫୁ୍ୟଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଇସ ମିଲର୍ସ ଯୋଗାଣ ବିଭାଗ ଦ୍ୱାରା ଧାନ କିଣା କାରବାରରେ ସାମିଲ ହେଉଥିବା ଜଣାପଡିଛି ।