ସାମାନ୍ୟ ବଚସାରୁ ଛୁରାମାଡ଼ ; ୧ ଗୁରୁୂତର

Aug 22, 2018 - 17:37
 196
ସାମାନ୍ୟ ବଚସାରୁ ଛୁରାମାଡ଼ ; ୧ ଗୁରୁୂତର
ଅନୁଗୋଳ,୨୨/୮ ସକାଳଖବର) ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁରେ ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାର ଛୁରାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ବଅଁରପାଳ ଅଞ୍ଚଳର ବୁଢ଼ାପଙ୍କ ଗାଁରେ ଗତକାଲି ସାମାନ୍ୟ ବଚସାରୁ ଶରତ ମାଝିଙ୍କୁ ସେହିଗାଁର ଯୁବକ ପିଣ୍ଟୁ ନାୟକ ଏକ କଇଁଚି ସାହାଯ୍ୟରେ ଆକ୍ରମଣ କରିଥିଲେ । ଏନେଇ ଶରତ ମାଝି ବଅଁରପାଳ ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ କରୁଛି ।