ସାପ କାମୁଡ଼ାରେ ୧ ମୃତ
ଅନୁଗୋଳ,୨୨/୮ ସକାଳଖବର) ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ ରହି ଆସୁଥିବା ରାଧେଶ୍ୟାମ ଚୌଧୁରୀଙ୍କୁ ଗତକାଲଇ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଫଳରେ ତାଙ୍କର ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।