ସାଧାରଣ ପାଠ୍ୟକ୍ରମକୁ ସେଲ୍ଫ ଫାଇନାସିଂରେ ସାମିଲ ଯୋଜନାକୁ ବିରୋଧ

Jul 4, 2018 - 14:36
 228
କଟକ,୪ା୭(ସକାଳଖବର): ରେଭେନ୍ସା ବିଶ୍ୱବିଦ୍ୟାଳୟରେ କିଛି ସାଧାରଣ ପାଠ୍ୟକ୍ରମକୁ ସେଲ୍ଫ ଫାଇନାସିଂ ପାଠ୍ୟକ୍ରମରେ ମିଶ୍ରଣ କରିବା ନେଇ ଚାଲିଥିବା ଯୋଜନାରେ ରୋକ ଲଗାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତି ଏହି ମାମଲା ଦାୟର କରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ, ରେଭେନ୍ସା କୁଳପତି, କୁଳ ସଚିବ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଛନ୍ତି । ତେବେ ଆବେଦନକାରୀ ଏହି ମାମଲାରେ ଦର୍ଶାଇଛନ୍ତି ଯେ ସାଧାରଣ ପାଠ୍ୟକ୍ରମକୁ ସେଲ୍ଫ ଫାଇନାସିଂ ପାଠ୍ୟକ୍ରମରେ ସାମିଲ କରାଗଲେ, ବିଶେଷକରି ବିଦ୍ୟାର୍ଥୀମାନେ ଅଧିକା ଖର୍ଚ୍ଚାନ୍ତ ହେବେ । ସେହିପରି ସେଲ୍ଫ ଫାଇନାସିଂ ପାଠ୍ୟକ୍ରମ ପାଇଁ ଆବଶ୍ୟକ ମୁତାବକ ଅଧ୍ୟାପକ ନାହାନ୍ତି । ତେଣୁ ରେଭେନ୍ସାର ଏହି ଯୋଜନା ଉପରେ ରୋକ ଲଗାଉଯାଉ ବୋଲି ପ୍ରାର୍ଥନା କରି ଆବେଦନକାରୀ ଏହି ଆବେଦନପତ୍ରରେ ଦର୍ଶାଇଛନ୍ତି ।