ସମୁଦ୍ରରେ ବୁଡ଼ିଗଲେ ୩ଜଣ; ଜଣେ ମୃତ! ଅନ୍ୟ ଜଣେ ଉଦ୍ଧାର, ତୃତୀୟ ବ୍ୟକ୍ତିଙ୍କ ମିଳୁନି ଖବର

Jan 23, 2023 - 15:14
 37
ସମୁଦ୍ରରେ ବୁଡ଼ିଗଲେ ୩ଜଣ; ଜଣେ ମୃତ! ଅନ୍ୟ ଜଣେ ଉଦ୍ଧାର, ତୃତୀୟ ବ୍ୟକ୍ତିଙ୍କ ମିଳୁନି ଖବର
ଅସ୍ତରଙ୍ଗ: ପୁରୀଜିଲ୍ଲା ଅସ୍ତରଙ୍ଗସ୍ଥିତ ପୀରଜାହାନିଆ ଠାରେ ଆଜି ୩ ଜଣ ଯୁବକ ସମୁଦ୍ରରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଅନ୍ୟ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି। କିନ୍ତୁ ତୃତୀୟ ବ୍ୟକ୍ତିଙ୍କର ଖୋଜଖବର ନାହିଁ। ସମସ୍ତେ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏକ ଟିମ୍‌ର ୩ ଜଣ ବଣଭୋଜି ସାରି ସମୁଦ୍ରରେ ଗାଧେଇବା ବେଳେ ବୁଡ଼ିଯାଉଥିଲେ। ଜଣଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କଲା ବେଳେ ଅନ୍ୟ ଦୁଇଜଣ ଭାସିଯାଇଥିଲେ। ଭାସିଯାଉଥିବା ଯୁବକଙ୍କ ମଧ୍ୟରୁ ଜଣକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାରେ ସେ ମୃତ ବୋଲି ଖବର ମିଳିଛି। କିନ୍ତୁ ଡାକ୍ତର ତାଙ୍କୁ ମୃତ ନା ଜୀବିତ ଘୋଷଣା ନକରି ଛରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରିଛନ୍ତି।