ସଡ଼କ ଯୋଜନା ନିର୍ମାଣ କାର୍ଯ୍ୟ ନିମ୍ନମାନର

Jan 31, 2019 - 16:48
 188
ସଡ଼କ ଯୋଜନା ନିର୍ମାଣ କାର୍ଯ୍ୟ ନିମ୍ନମାନର
ଅନୁଗୋଳ,୩୧/୧(ସକାଳଖବର): ଗମନାଗମନ ସୁବିଧା ପାଇଁ ସରକାର ପ୍ରଣୟନ କରିଛନ୍ତି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା । ଗାଁ ଗହଳିର ଲୋକମାନେ ଯେମିତି ଗମନାଗମନ ସୁବିଧାରୁ ବଞ୍ଚôତ ନହୁଅନ୍ତି ସେଥିପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ମୂଖ୍ୟମନ୍ତ୍ରୀ ସଡ଼କ ରାସ୍ତା । ହେଲେ ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମହାମେଣ୍ଟ ଯୋଗୁଁ ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ନିର୍ମାଣ କାର୍ଯ୍ୟ ପୂର୍ବରୁ ସଂପୂର୍ଣ୍ଣ ବିବରଣୀ ସହ ଫଳକ ଲାଗିବା ନିୟମ ଥିଲେ ମଧ୍ୟ ଏହାକୁ ଖାତିର ନକରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ । ଅପରପକ୍ଷେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଠିକାଦାର କି ବିଭାଗୀୟ ଜେଇ କିମ୍ବା କର୍ମଚାରୀ କେହି ଉପସ୍ଥିତ ରହୁନାହାନ୍ତି । ପୁଣି ନିର୍ମାଣକାର୍ଯ୍ୟର ଭାଗମାପ ଅନୁଯାୟୀ ବାଲି, ସିମେଣ୍ଟ, କଂକ୍ରିଟ୍, ଛଡ଼ ବ୍ୟବହାର ହେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାର ସ୍ଥାୟୀ ସମାଧାନ ନ କରାଗଲେ ଆଗାମୀ ଦିନରେ ଅଞ୍ଚଳବାସୀ କାର୍ଯ୍ୟବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉକି, ଆଠମଲ୍ଲିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କନ୍ତପଡ଼ାଠାରୁ ଭାୟା ଗୋପିନାଥପୁର ଦେଇ ମଇମୁରା ପର୍ଯ୍ୟନ୍ତ ପ୍ରାୟ ୧୨କିଲୋମିଟର ରାସ୍ତା ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ପ୍ରାୟ ୩/୪କୋଟି ବ୍ୟୟ ଅଟକଳ ହୋଇଥିବା ଅନୁମାନ କରାଯାଉଛି । ତେବେ ନିର୍ମାଣ କାମ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏହି କାର୍ଯ୍ୟର ବିବରଣୀ ଫଳକ ବର୍ତ୍ତମାନ ସୁଦ୍ଧା ଲଗାଯାଇନାହିଁ । ଅପରପକ୍ଷେ ମୂରାରୀପୁର ଗାଁ ପାଖ ନାଳ ନିକଟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ବିଭାଗୀୟ ଜେଇ କିମ୍ବା ଠିକାଦାର ରହୁନାହାନ୍ତି । ସୁପରଭାଇଜର ମନଇଛା ଭାଗମାପରେ ନିର୍ମାଣ କାର୍ଯ୍ୟ ଚଳାଇଛି । ଏପରିକି ଗୋଟେ ଝୁଡ଼ି ସିମେଣ୍ଟରେ ୬ ଝୂଡ଼ି ବାଲି ୪ ଝୁଡ଼ି ମେଣ୍ଟାଲ, ଚିପ୍ସ୍ ଦିଆଯାଉଥିବାବେଳେ ୧୦ ଇଞ୍ଚପରେ ରଡ଼ ବ୍ୟବହାର କରାଯାଉଥିବା ଜଣାଯାଉଛି । ଯାହାକି ନିର୍ମାଣ କାର୍ଯ୍ୟର ପରେ ପରେ ପୋଲ ଭୂସୁଡ଼ି ଯିବା ସମ୍ଭାବନା ଢେ଼ର ଅଧିକ ରହିଛି । ସରକାର କୋଟି କୋଟି ଟଙ୍କା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟୟ କରୁଥିଲେ ମଧ୍ୟ ବିଭାଗୀୟ ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ଯୋଗୁଁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଏଥିରୁ ସ୍ପଷ୍ଟ ବାରିହେଉଛି । ପୁଣି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜେଇ ଏପରିକି ଠିକାଦାରଙ୍କ ଅନୁପସ୍ଥିତ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଏହି ରାସ୍ତା ନିର୍ମାଣ ପାଇଁ କନ୍ତପଡ଼ା ପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ ବିଧାୟକଙ୍କ ଚେଷ୍ଟାରେ ସରକାର ବ୍ୟୟ ମଞ୍ଜୁର କରିଛନ୍ତି । ଯଦ୍ୱାରା କନ୍ତପଡ଼ା, ଗୋପିନାଥପୁର, ମୁରାରୀପୁର, ବିପ୍ରଡ଼ିହ, ତରଣ୍ଡା, ରଇଡ଼ା, କେଞ୍ଚୁଆନାଳୀ, ପିତାବଳୀବାହାଳ ଆଦି ଗାଁର ଜନସାଧାରଣ ଉପକୃତ ହୋଇପାରିବେ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅହେତୁକ ଅବହେଳା ଓ ଚଞ୍ଚକତା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏ ସଂପର୍କରେ ବିଭାଗୀୟ ଜେଇ ବସନ୍ତ କୁମାର ବସ୍ତିଆକୁ ଯୋଗାଯୋଗ କରିବାରୁ କୁହନ୍ତି ଫଳକ ଲାଗିଛି କି ନାହିଁ ମୁଁ କହିପାରିବି ନାହିଁ । ମୋ ପାଖକୁ କାମର ଏଗ୍ରିମେଣ୍ଟ ପହଞ୍ଚô ନାହିଁ । ଏହି ରାସ୍ତା ନିର୍ମାଣ ପାଇଁ କେତେ ବ୍ୟୟ ଅଟକଳ ପଚାରିବାରୁ କୁହନ୍ତି ମୋ ପାଖରେ ସେମିତି କିଛି ଏଷ୍ଟିମେଣ୍ଟ ପହଞ୍ଚô ପାରିନାହିଁ । ଆସିବା ପରେ ମୁଁ ଜଣାଇବି । ଏଠାରେ ପ୍ରଶ୍ନ ଉଠୁଛି ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ କାମ ହେଉଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ମାତ୍ର ବିଭାଗୀୟ ଜେଇ ଯାହାକି ତାଙ୍କର ସୁପାରିଶ ଓ ପରାମର୍ଶ ଅନୁଯାୟୀ ନିର୍ମାଣ କାମ ହେବା କଥା । ମାତ୍ର ଜେଇ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟର ବଜେଟ କେତେ ସୂଚନା ଦେଇ ପାରୁନାହାନ୍ତି କି କାର୍ଯ୍ୟ ଉପରେ ସଠିକ ତଥ୍ୟ ଦେଇପାରୁନାହାନ୍ତି । ଯାହାକି ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟ କେଉଁ ବ୍ୟବସ୍ଥା ମଧ୍ୟରେ ଚାଲିଛି ତାହା ଏଥିରେୁ ସ୍ପଷ୍ଟ ଅନୁମେୟ ।