ଶ୍ରୀମନ୍ଦିରର ୧୦୦କୋଟି ଟଙ୍କା ବଜେଟ ଅନୁମୋଦିତ

Mar 16, 2019 - 14:11
 185
ଶ୍ରୀମନ୍ଦିରର ୧୦୦କୋଟି ଟଙ୍କା ବଜେଟ ଅନୁମୋଦିତ
ପୁରୀ, ୧୫/୩(ସକାଳଖବର): ଶ୍ରୀମନ୍ଦିର ପରିଚାଳନା କମିଟିର ୨୦୧୯-୨୦ ପାଇଁ ବଜେଟ ଅନୁୁମୋଦନ ହୋଇଛି । ୧୦୦କୋଟିରୁ ଅଧିକ ଟଙ୍କାର ଏହି ବଜେଟ ଅନୁମୋଦନ ହୋଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ବିଭିନ୍ନ ସୂତ୍ରରୁ ୧୦୨କୋଟି ଟଙ୍କା ଆୟ ହେଉଥିବାବେଳେ ୭୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଶ୍ରୀମନ୍ଦିରର ବିଶେଷ ଆୟ ଜମିଜମା କ୍ଷେତ୍ରରୁ ଆସୁଥିବାେବେଳ ଦାନ ସୂତ୍ରରୁ ଆୟ ବଢୁନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବାରୁ ଶ୍ରୀ ମହାପାତ୍ର ଅଧିକ ସୂଚନା ଦେଇନଥିଲେ । ତେବେ ସେ କହିଥିଲେ ଯେ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜିର ବୈଠକ ସ୍ଥିରିକୃତ ହୋଇଥିଲା । ଜମିଜମା ସଂକ୍ରାନ୍ତରେ ୟୁନିଫର୍ମ ପଲିସି ଯୋଗୁଁ ଅଧିକ ଆୟ ହେବାର ସମ୍ଭାବନା ରହିଛି । ଗତ ୧୦ଦିନ ପୂର୍ବରୁ ଏହି ପଲିସି ରାଜ୍ୟ ସରକାର ସ୍ୱୀକୃତି ଦେଇଥିବାରୁ କମ୍ ସଂଖ୍ୟକ ଆବେଦନ ପହଂଚିଛି । ଶ୍ରୀମନ୍ଦିରର ଆୟ ଜମିଜମା ଓ କୁ୍ୟରିରୁ ଆସିଥାଏ । ଚଳିତ ବର୍ଷ ଜମିଜମା କ୍ଷେତ୍ରରୁ ୧୫କୋଟି ଟଙ୍କା ଆୟ ହୋଇଛି । ଜମି ବିକି୍ର ପ୍ରକି୍ରୟା ପ୍ରଣାଳୀ ଅଧିକ ଜଟିଳ ହୋଇଥିବାରୁ ସେଥିପାଇଁ ଅଧିକ ସମୟ ଲାଗୁଛି । ଭାରତବର୍ଷରେ ଥିବା ବିଭିନ୍ନ ମନ୍ଦିରର ଆୟ ମୁଖ୍ୟତଃ ଦାନ ସୂତ୍ରରୁ ଆସୁଥିବାବେଳେ ଶ୍ରୀମନ୍ଦିରର ଦାନସୂତ୍ରରୁ ମାତ୍ର ୪କୋଟି ଆୟ ମିଳୁଛି । ଦାନସୂତ୍ରର ଆୟବୃଦ୍ଧି ପାଇଁ ଅନେକ ବ୍ୟବସ୍ଥା କରାଯିବ । ଗତବର୍ଷ କର୍ପୋସ ଫଣ୍ଡରୁ ଆୟ ବର୍ତମାନ ସୁଦ୍ଧା ୬୫୦ କୋଟି ରହିଥିବାବେଳେ ଆହୁରି ୫୦କୋଟି ଟଙ୍କା ବଢାଇବା ପାଇଁ ବ୍ୟବସ୍ଥା କରାଯିବ । ଦୋଳପୂର୍ଣ୍ଣିମା ନୀତି ନିର୍ଘଂଟ ଚୂଡ଼ାନ୍ତ ହେବା ପରେ ପରିଚାଳନା କମିଟିରେ ତାହା ଅନୁମୋଦନ କରାଯାଇଛି । ସେବକଙ୍କ ପ୍ରାପ୍ୟ ପାଉଣା, କର୍ମଚାରୀଙ୍କ ଦରମା ଓ ପ୍ରଚାର ପ୍ରସାର ପାଇଁ ଅଧିକ ଖର୍ଚ୍ଚ ହେଉଛି । ସେବକ କଲ୍ୟାଣ ପାଣ୍ଠି ପାଇଁ ୫କୋଟି ଟଙ୍କା ରଖାଯାଇଛି ।