ଶାହାରୁଖଙ୍କ ପୁଅଙ୍କ ହ୍ୱାଟସଆପ ଲିକ, ଜାଣିଲେ ହେବେ ଚକିତ

Oct 26, 2021 - 07:07
 60
ଶାହାରୁଖଙ୍କ ପୁଅଙ୍କ ହ୍ୱାଟସଆପ ଲିକ, ଜାଣିଲେ ହେବେ ଚକିତ
ମୁମ୍ବାଇ : ଡ୍ରଗ୍ସ ମାମଲାରେ ଫସି ଯାଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଏବେ ତାଙ୍କର ଜାମିନ ଆବେଦନର ଶୁଣାଣୀ ଚାଲିଥିବାବେଳେ ଆଉ ଏକ ହ୍ୱାଟସଆପ ଚାଟ ସାମ୍ନାକୁ ଆସିଛି । ୨୦୧୯ ଜୁଲାଇରେ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହ୍ୱାଟସଆପ ଚାଟ ହୋଇଥିଲା । ଯେଉଁଥିରେ ଆର୍ଯ୍ୟନ ୱିଡ଼ ଅର୍ଥାତ ଚରସ ମାଗୁଥିବା ଦେଖିବାକୁ ମିଳିଛି । ଆର୍ଯ୍ୟନ : ୱିଡ ଅନନ୍ୟା : ହାଁ, ୟହ ଡିମାଣ୍ଡ ମେଁ ହୈ ଆର୍ଯ୍ୟନ : ମେଁ ତୁମସେ ଚୁପକେ ସେ ଲେ ଲୁଂଗା ଅନନ୍ୟା : ଠିକ ହୈ ସେହିପରି ସେହିଦିନ ଅନ୍ୟ ଏକ ଚାଟ ବି ସାମ୍ନାକୁ ଆସିଛି । ଅନନ୍ୟା : ଅବ ମେଁ ଇସ ବିଜନେସ ମେଁ ହୁଁ ଆର୍ଯ୍ୟନ : ତୁମ ୱିଡ଼ (ଚରସ) ଲାଇ ହୋ ? ଅନନ୍ୟା : ୱହ ମୁଝେ ମିଲନେ ୱାଲା ହୈ ଅପରପକ୍ଷରେ ୨୦୨୧ ଅପ୍ରେଲ ୧୮ରେ ଆର୍ଯ୍ୟନ ଖାନଙ୍କ ହ୍ୱାଟସଆପ ଚାଟ ବି ସମସ୍ତଙ୍କୁ ଚକିତ କରିଛି । ଯେଉଁଥିରେ ସେ ଏନସିବିର ନାଁ ବି ଉଲ୍ଳେଖ କରିଛନ୍ତି । ଆର୍ଯ୍ୟନ : କଲ କୋକେନ ଲାତେ ହେଁ । ମେଁ ତୁମଲୋଗୋଁ କୋ ଏନସିବି ଦ୍ୱାରା ତବାହ କରନେ ୱାଲା ହୁଁ । ଆର୍ଯ୍ୟନ ଡରାଇବାକୁ ଏଭଳି କହିଥିଲେବି ସେ ନିଜେ ଏନସିବି ଜାଲରେ ପଡ଼ିଯିବେ ବୋଲି କେବେ ଭାବିନଥିଲେ ।