ଶେଷ ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

Jan 22, 2019 - 18:33
 165
ଶେଷ ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୨/୧(ସକାଳଖବର): ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଶେଷ ହୋଇଛି । ଏହି କର୍ଯ୍ୟକ୍ରମ ମାଧ୍ୟମରେ ୩୧୪ ବ୍ଲକ୍ ର ୬,୭୯୮ ପଂଚାୟତରେ ୧୫୫୪.୪୧ କୋଟି ଟଙ୍କା ବ୍ୟୟରେ ୬୨,୮୫୭ ଟି ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ସଚିବାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କ ଅଂଶଗ୍ରହଣ ଓ ଉତ୍ସାହରେ ସେ ବହୁତ ଖୁସି । ଯେକୌଣସି ବିକାଶ କାର୍ଯ୍ୟକ୍ରମରେସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଓ ଟେକ୍ନୋଲୋଜିର ପ୍ରୟୋଗରେ ଏହି ବିକା କାର୍ଯ୍ୟକ୍ରମ ଏକ ଶ୍ରେଷ୍ଠ ଉଦାହରଣ । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହ କଥା ହୋଇ ଗାଁ ଲୋକଙ୍କ ପାଇଁ କାମ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ୬ଟି ଜିଲ୍ଲାର ୮ଟି ବ୍ଲକର ୧୭୮ଟି ପଂଚାୟତ ପାଇଁ ୩୯.୫୩ କୋଟି ଟଙ୍କାରେ ୧୭୧୫ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ୨୦ଟି ପଂଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୩୦୮ଟି ପ୍ରକଳ୍ପ , ଜଗତସିଂହପୁର ଜିଲ୍ଲା ସଦର ବ୍ଲକ୍ ର ୨୯ଟି ପଂଚାୟତ ପାଇଁ ୭.୨୫ କୋଟି ଟଙ୍କାରେ ୩୦୨ଟି ପ୍ରକଳ୍ପ , ନୂଆଗାଁ ବ୍ଲକ୍ ର ୧୬ଟି ପଂଚାୟତ ପାଇଁ ୪ କୋଟି ଟଙ୍କାରେ ୧୫୪ଟି ପ୍ରକଳ୍ପ , ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ର ୩୨ଟି ପଂଚାୟତପାଇଁ ୮ କୋଟି ଟଙ୍କାରେ ୨୬୨ଟି ପ୍ରକଳ୍ପ , ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ୍ ର ୨୧ଟି ପଂଚାୟତ ପାଇଁ ୩.୪୭ କୋଟି ଟଙ୍କାରେ ୧୯୭ଟି ପ୍ରକଳ୍ପ , ବେଲପଡା ବ୍ଲକ୍ ର ୨୫ଟି ପଂଚାୟତ ପାଇଁ ୩.୩୬ କୋଟି ଟଙ୍କାରେ ୧୬୨ଟି ପ୍ରକଳ୍ପ , ଖୋର୍ଦ୍ଧାଜିଲ୍ଲା ବାଲିପାଟଣା ବ୍ଲକ୍ ର ୧୬ଟି ପଂଚାୟତ ପାଇଁ ୪ କୋଟି ଟଙ୍କାରେ ୧୫୬ଟି ପ୍ରକଳ୍ପ ଏବଂ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ର ୧୯ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୪.୨୦ କୋଟି ଟଙ୍କାରେ ୧୭୪ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିରୋଧୀ ଦଳ ନେତା , ସାଂସଦ ,ବିଧାୟକ ,ଉନ୍ନୟନ କମିଶନର , ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ , ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।