ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୪୪.୭୩ କୋଟି ଟଙ୍କାର ୧୯୨୬ ଟି ପ୍ରକଳ୍ପ ମଂଜୁର କଲେ ମୁଖ୍ୟମନ୍ତ୍ରୀ

Aug 10, 2018 - 17:19
 174
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ  ୪୪.୭୩ କୋଟି ଟଙ୍କାର ୧୯୨୬ ଟି ପ୍ରକଳ୍ପ ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୦/୮ (ସକାଳଖବର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୦ଟି ଜିଲ୍ଲାର ୧୦ଟି ବ୍ଲକ୍ ର ୨୧୩ଟି ପଂଚାୟତ ପାଇଁ ୪୪.୭୩ କୋଟି ଟଙ୍କାରେ ୧୯୨୬ ଟି ପ୍ରକଳ୍ପ ମଂଜୁର କରିଛନ୍ତି । ବୌଦ ଜିଲ୍ଲାର ହରଭଙ୍ଗା ବ୍ଲକ୍ ର ୨୧ ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୫.୫୧ କୋଟି ଟଙ୍କାରେ ୩୩୦ଟି ପ୍ରକଳ୍ପ ମଂଜୁର କରିଛନ୍ତି । ସେହିପରି କଟକ ଜିଲ୍ଲା ତିଗିରିଆ ବ୍ଲକ୍ ର ୧୪ଟି ପଂଚାୟତ ପାଇଁ ୩ କୋହଟି ଟଙ୍କାରେ ୧୬୫ ଟି ପ୍ରକଳ୍ପ , ଗଜପତି ଜିଲ୍ଲା ମୋହନା ବ୍ଲକ୍ ର ୩୮ଟି ପଂଚାୟତ ପାଇଁ ୪.୫୬ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ , କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ର ୨୪ଟି ପଂଚାୟତ ପାଇଁ ୫.୫୧୫ କୋଟି ଟଙ୍କାରେ ୧୯୧ ପ୍ରକଳ୍ପ , ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ର ୧୯ଟି ପଂଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୫୪ ଟି ପ୍ରକଳ୍ପ , ନୂଆପଡା ଜିଲ୍ଲା ବୋଡେନ୍ ବ୍ଲକ୍ ର ୧୫ଟି ପଂଚାୟତ ପାଇଁ ୨.୮୪ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ , ପୁରୀ ଜିଲ୍ଲା ସଦର ବ୍ଲକ୍ ର ୩୦ଟି ପଂଚାୟତ ପାଇଁ ୭.୦୫ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ , ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ ର ୧୭ ପଂଚାୟତ ପାଇଁ ୩.୬୫୫ କୋଟି ଟଙ୍କାରେ ୧୪୩ଟି ପ୍ରକଳ୍ପ , ସୋନପୁର ଜିଲ୍ଲା ବିନକା ବ୍ଲକ୍ ର ୧୬ଟି ପଂଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୧୨୭ଟି ପ୍ରକଳ୍ପ ଓ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ୍ ର ୧୯ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩.୫୦ କୋଟି ଟଙ୍କାରେ ୧୩୯ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ସାଂସଦ , ବିଧାୟକ , ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର , ପଂଚାୟତିରାଜ ବିଭାଗ ପ୍ରମୁଖ ସଚିବ , ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।