ଲାଲକିଲ୍ଲା ପାଖରୁ ଦୁଇ ଆଇଏସ୍‌ ଆତଙ୍କବାଦୀ ଗିରଫ

Sep 7, 2018 - 13:23
 192
ଲାଲକିଲ୍ଲା ପାଖରୁ ଦୁଇ ଆଇଏସ୍‌ ଆତଙ୍କବାଦୀ  ଗିରଫ
ନୂଆଦିଲ୍ଲୀ,୭/୯(ସକାଳଖବର): ଶୁକ୍ରବାର ଦୁଇ ଆଇଏସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଗୁରୁବାର ମଧ୍ୟରାତି୍ରରେ ଲାଲ୍‌କିଲ୍ଲା ନିକଟରୁ ଜମ୍ମୁକଶ୍ମୀରରୁ ଆସିଥିବା ପରଭେଜ ଓ ଜାମସେଦ ନାମକ ଦୁଇ ଜଣ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି । ଦୁଇ ଜଣ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ପୁଲିସ ସନ୍ଦେହ କରିଛି । ଏ ପର୍ୟ୍ୟନ୍ତ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରଖିଛି ପୁଲିସ । ପୂର୍ବରୁ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ପୁଲିସକୁ ଖବର ମିଳିଥିବା ବେଳେ ଦୁଇ ଆଇଏସ୍‌ ଆତଙ୍କବାଦୀ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀକୁ ଆସିଥିବା ଜଣାପଡ଼ିଛି । ପୁଲିସକୁ ଖବର ମିଳିବା ପରେ ସନ୍ଧାନ କରି ଗୁରୁବାର ମଧ୍ୟ ରାତିରେ ଲାଲ୍‌କିଲ୍ଲାଠାରୁ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ତେବେ ଦୁହିଁଙ୍କ ଦିଲ୍ଲୀ ଆସିବା ପଛରେ କାରଣ କ’ଣ ଥିଲା ତାହା ଖୁବ୍‌ ଶୀଘ୍ର ଜଣା ପଡ଼ିବ ବୋଲି ପୁଲିସ ସୂଚନା ଦେଇଛି । ପୋଲିସ ଅନୁସାରେ ଏହି ଦୁଇ ଆତଙ୍କବାଦୀ ଇସଲାମିକ ଷ୍ଟେଟ୍ ଇନ ଜାମ୍ମୁ-କାଶ୍ମୀର(ଆଇଏସଜେକେ) ସହିତ ଜଡ଼ିତ ଅଛନ୍ତି ଏହି ଆତଙ୍କବାଦୀଙ୍କ ପାଖରୁ ୨ ପିସ୍ତଲ, ୧୦ ଗୁଳି ଓ ୪ ମୋବାଇଲ ଫୋନ ଜବତ କରାଯାଇଛି। ପୋଲିସ ଦ୍ଵାରା ଦିଆଯାଇଥିବା ସୂଚନା ଅନୁଯାୟୀ ଜବତ ଅସ୍ତ୍ର ଶସ୍ତ୍ର ଉତ୍ତର ପ୍ରଦେଶରୁ କିଣା ଯାଇଥିଲା। ଏହି ଆତଙ୍କବାଦୀ ଦିଲ୍ଲୀରୁ କାଶ୍ମୀର ଯାଉଥିଲେ।