ରାତି ପାହିଲେ ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ଜଗିଛନ୍ତି ୩୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ

Jan 27, 2023 - 15:09
 40
ରାତି ପାହିଲେ ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ଜଗିଛନ୍ତି ୩୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ
କୋଣାର୍କ: ରାତି ପାହିଲେ ପବିତ୍ର ମାଘ ସପ୍ତମୀ। ଶନିବାର ପ୍ରତ୍ୟୁଷରୁ ପ୍ରସିଦ୍ଧ ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ। ସେଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଳାକୁ ଜଗିଛନ୍ତି ୩୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ। ମହାମାରୀ କରୋନା ହଟିବା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚନ୍ଦ୍ରଭାଗାରେ ବୁଡ ହେବ। ତେବେ ଚନ୍ଦ୍ରଭାଗା ବୁଡ଼କୁ ଶୃଙ୍ଖଳିତ କରିବା ପାଇଁ ଆଜି ପୁରୀ ଏସ୍‌ପି କନ୍ୱର ବିଶାଳ ସିଂ ଚନ୍ଦ୍ରଭାଗା ତୀର୍ଥ ନିକଟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଜି ଷଷ୍ଠୀରେ ଶ୍ରଦ୍ଧାଳୁମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ମଧ୍ୟାହ୍ନରୁ ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ କୋଣାର୍କଠାରୁ ଆରମ୍ଭ କରି ଭୁବନେଶ୍ୱର-କୋଣାର୍କ ରାସ୍ତା ଓ ପୁରୀ-କୋଣାର୍କ ରାସ୍ତାରେ ସବୁ ସ୍ଥାନରେ ପୁଲିସ୍‌ ମୁତୟନ ହୋଇଛନ୍ତି।