ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ଶେଷ

Jun 24, 2018 - 14:56
 175
କଟକ, ୨୪ ।୬(ସକାଳଖବର): ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଉପ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ତେବେ ଅଧ୍ୟକ୍ଷ ପଦ ପାଇଁ ଦୁଇଜଣ ବରିଷ୍ଠ ସଦସ୍ୟ ଡକ୍ଟର ଟହଲି ଚରଣ ମହାନ୍ତି ଓ ଚିନ୍ମୟ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପରିଷଦର ୨୫ଜଣ ସଦସ୍ୟ ମତ ସାବ୍ୟସ୍ତ କରିଥିବାବେଳେ ଏହି ନିର୍ବାଚନ ପ୍ରକ୍ରିୟାକୁ ସିସିଟିଭି ନଜରରେ କରାଯାଇଥିଲା । ଉକ୍ତ ନିର୍ବାଚନରେ ସଦସ୍ୟମାନେ ନିଜନିଜର ମତ ସାବ୍ୟସ୍ତ କରିବା ପରେ ବାଲଟ ବକ୍ସକୁ ତାଲା ପକାଇ ଓ ସିଲ କରି ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଠାରେ ଦାଖଲ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ପ୍ରକ୍ରିୟାରେ ବାର୍ କାଉନିଲ ଅଫ୍ ଇଣ୍ଡିଆ ରୁଲ୍ ୧୨ର ପାଳନ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ପରବର୍ତ୍ତୀ ନିଦେ୍ର୍ଧଶ ମିଳିବା ପରେ ଭୋଟ ଗଣତି ହେବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦରୁ ବରିଷ୍ଠ ଅଇନଜୀବୀ ମାନସ ରଞ୍ଜନ ମହାପାତ୍ର ଇସ୍ତଫା ପ୍ରଦାନ କରିଥିଲେ । ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବା ବେଳେ ଖାଲି ହୋଇଥିବା ଅଧ୍ୟକ୍ଷ ପଦ ପୂରଣ ନେଇ ପରିଷଦର ସଦସ୍ୟ ମାନସ ଚାନ୍ଦ ଓ ଆତ୍ମା ପ୍ରକାଶ ମହାନ୍ତି କାର୍ଟରେ ପୃଥକ ମାମଲା ରୁଜୁ କରିଥିଲେ । ତେବେ କୋର୍ଟ ଶୁଣାଣି କରି ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ୨ ମାସ ମଧ୍ୟରେ କରିବା ପାଇଁ ନିଦେ୍ର୍ଧଶ ଦେଇଥିବାବେଳେ ବରିଷ୍ଠ ସଦସ୍ୟ ଚିନ୍ମୟ ମହାନ୍ତିଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ପାଇଁ କୋର୍ଟ ନିଦେ୍ର୍ଧଶନାମାରେ ସ୍ପଷ୍ଟ କରିଥିଲେ ।