ମୋଦିଙ୍କ ଓଡିଶା ଗସ୍ତ ପ୍ରଭାବହୀନ : ବିଜେଡି

Dec 24, 2018 - 18:04
 129
ମୋଦିଙ୍କ ଓଡିଶା ଗସ୍ତ ପ୍ରଭାବହୀନ : ବିଜେଡି
ଭୁବନେଶ୍ୱର, ୨୪/୧୨(ସକାଳଖବର): ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି କିଛି ପ୍ରକଳ୍ପର ଶିଳାନ୍ୟାସ କରିବା ସହ କିଛି ପ୍ରକଳ୍ପର ଲୋକର୍ପଣ କରିଛନ୍ତି । ଏକ ଦଳୀୟ ରାଲିରେ ମଧ୍ୟ ସେ ଯୋଗ ଦେଇ ଏକ ରାଜନୈତିକ ଉଦବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଦଳୀୟ ସଭାରେ ଦେଇଥିବା ଉଦବୋଧନର କୌଣସି ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡିବ ନାହିଁ । ଓଡ଼ିଶାର ଜନସାଧାରଣ ଗତ ୧୯ବର୍ଷ ଧରି ବିଜୁ ଜନତା ଦଳକୁ ଯେଉଁ ଅଜସ୍ର ଆଶୀର୍ବାଦ ଓ ସଦିଚ୍ଛା ଦେଇଆସିଛନ୍ତି, ତାହା ଆଗାମୀ ବର୍ଷମାନଙ୍କରେ ମଧ୍ୟ ବଳବତର ରହିବ । ବିଗତ ୧୯ବର୍ଷ ହେଲା ବିଜୁ ଜନତା ଦଳ ଯେଉଁ ଭାବରେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିଆସିଛି, ଆଗାମୀ ବର୍ଷମାନଙ୍କରେ ମଧ୍ୟ ଏହି ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।