ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର

Sep 1, 2018 - 14:53
 168
କଟକ, ୧ା୯(ସକାଳଖବର): କଟକ ସହରର ବିଭିନ୍ନ ଗଣସଂଗଠନ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ଜନଗଣଙ୍କ ମିଳିତ ମଞ୍ଚ ପକ୍ଷରୁ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ ପ୍ରଗତିଶୀଳ ଲେଖକ, କବି, ଗରିବ ଲୋକମାନଙ୍କୁ ମାଗଣା ଆଇନ ସହାୟତା ଯୋଗାଉଥିବା ଓକିଲ ଯଥା ସୁଧା ଭରଦ୍ୱାଜ୍, ଗୌତମ ନବଲେଖା, ବରବରା ରାଓ, ଆନନ୍ଦ ତୁମଡେ, ଅରୁଣ ଫେରୋରା, ବନୋନା ମଞ୍ଜାଲିସ୍ ପ୍ରଭୃତିଙ୍କୁ ମିଥ୍ୟା କେସ୍ ଦ୍ୱାରା ଗିରଫ କରି ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି ।