ଜନ୍ମାଷ୍ଠମୀ ପାଳିତ, ଦୁର୍ଗାପୂଜା ପାଇଁ ମାଟି ଉଠାଣ

Sep 2, 2018 - 07:20
 225
କଟକ,୨ା୯(ସକାଳଖବର): ଭାବାବେଗ ପରିବେଶରେ ଆଜି ସର୍ବତ୍ର ପାଳିତ ହୋଇଛି ଲୀଳାବତାର ଶ୍ରୀକୃଷ୍ଣଙ୍କ ଧରାବତରଣ । ଏଥିପାଇଁ ବିଭିନ୍ନ ଗୌଡ଼ୀୟ ବୈଷ୍ଣବ ମଠ ସମେତ ରାଧାକୃଷ୍ଣ ମନ୍ଦିରରେ ଆଜି ସକାଳୁ ଭକ୍ତଙ୍କ ଭିଡ଼ ଲାଗିରହିଛି । ପରମପୁରୁଷ ଗୋବିନ୍ଦଙ୍କ ନାମସଂକୀର୍ତ୍ତନରେ ମଠ ଓ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭକ୍ତମାନେ ଉପାସ ରହି ସେହି ଯଜ୍ଞପୁରୁଷଙ୍କ ନିକଟରେ ନିଜକୁ ସମର୍ପିତ କରିଛନ୍ତି । ମନ୍ଦିର, ମଠଗୁଡ଼ିକ ଆଲୋକମାଳରେ ସୁସଜ୍ଜିତ କରାଯାଇଛି । କୃଷ୍ଣ ରସାମୃତରେ ଶ୍ରଦ୍ଧାଳୁ ହଜିଯାଇଥିଲେ । ଗୌଡ଼ୀୟ ବୈଷ୍ଣବ ମଠରେ ନିଆରା ପରିବେଶ ଦେଖାଯାଇଥିଲା । ସଦ୍ୟ ଜନ୍ମିତ ଦେବକୀନନ୍ଦନଙ୍କୁ ଦୋଳିରେ ଶୁଆଇ ଝୁଲାଯାଇଥିଲା । ସର୍ବତ୍ର ଶୁଣିବାକୁ ମିଳିଥିଲା ‘ନନ୍ଦ କୋଳେ ଗୋବିନ୍ଦ’ । ବିଜୁଳି କନ୍ୟାର ଜନ୍ମ ଅବସରରେ ଆଜି କଟକ ସହରରେ ଦୁର୍ଗାପୂଜା ପାଇଁ ମୂଳଦୁଆ ପଡ଼ିଛି । ଆଜିର ତିଥିରେ ମା’ ଦୁର୍ଗାଙ୍କ ପ୍ରତିମା ନିର୍ମାଣ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ମାଟି ଉଠା ଆରମ୍ଭ ହୋଇଛି । ପୂଜା କମିଟି କର୍ମକର୍ତ୍ତା ନାମସଂକୀର୍ତ୍ତନ ସହ ଶୋଭାଯାତ୍ରରେ ଯାଇ ନଈ କୂଳରେ ପୂଜାର୍ଚ୍ଚନା କରି ମାଟି ଉଠାଇଥିଲେ । ଆସନ୍ତାକଳଇ ନନେ୍ଦାତ୍ସବରେ ଅଧିକ ସଂଖ୍ୟକ ପୂଜା କମିଟି ମାଟିଉଠା କାର୍ଯ୍ୟରେ ସାମିଲ ହେବେ ।