ମହିମା ଧାମରେ ଲାଗିଲା ଝାଡବତୀ
ଅନୁଗୋଳ , ୨୩/୧୧ (ସକାଳଖବର): ଆଜି ପବିତ୍ର କାର୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଧଶୀ ତିଥିରେ ଅଙ୍ଗାରବନ୍ଧ ମହିମା ଧାମଠାରେ ସଂଧ୍ୟା ସମୟରେ ଜଗତ କଲ୍ୟାଣାର୍ଥେ ହଜାର ହଜାର ଭକ୍ତଙ୍କ ଗହଣରେ ବାବା ବୈଷ୍ଣବ ଚରଣ ଦାସ ଝାଡବତୀ ପ୍ରଜ୍ଜ୍ୱଳିତ କରିଥିଲେ । ଆଜି ପ୍ରତ୍ୱୁଷରୁ ଶୂନ୍ୟ ବ୍ରହ୍ଣଙ୍କ ଉଦେ୍ଧଶ୍ୟରେ ନିତି କାର୍ଯ୍ୟ ଓ ଅମଣିଆ ଲାଗି କରାଯାଇଥିଲା । ମଧ୍ୟାହ୍ନରେ ସାମୁହିକ ଭିକ୍ଷା ଗ୍ରହଣ ପରେ ସଂଧ୍ୟାରେ ଅଖଣ୍ଡବତୀ ପ୍ରଜ୍ଜୋଳନ କରାଯିବା ସହ ଅହୋରାତ୍ର ନାମ ଭଜନ କାର୍ଯ୍ୟ ଚାଲୁ ରହିଛି । ଏଥିରେ ପାଖ ଆଖ ଗ୍ରାମରୁ ହଜାର ହଜାର ଭକ୍ତ ଯୋଗ ଦେଇ ପ୍ରଭୋ ମହିମା ଗୋସେଇଁଙ୍କ ଆଶୀର୍ବାଦ ଲାଭ କରିଥିଲେ । ଉକ୍ତ ଝାଡବତୀ ପ୍ରଜ୍ଜୋଳନରେ ବାବା ସୁର ଦାସ, ବାବା ମୁରଲୀ ଦାସ, ବାବା ବିଦ୍ୟାଧର ଦାସ, ଭକ୍ତ କୃଷ୍ଣ ଚନ୍ଦ୍ର ପ୍ରଧାନ, ଶିବ ସାହୁ, ବିଜ୍ଞାନୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଟୁରିଷ୍ଟ ଅଧିକାରୀ ଶ୍ରୀ ଦତ, ଆଡଭୋକେଟ ଗୋପାଳ ନାଥ, ରାଜନେତା ବିଜୟ ନାଥ, ହେମନ୍ତ ଦାସ, ସମାଜର ପରିଚାଳକ ନିରଞ୍ଜନ ହୋତା, ସାମ୍ବାଦିକ ମନୋରଂଜନ ପାଣି, ନିତ୍ୟାନନ୍ଦ ନାଏକ, ବିନୟ ଦାସ, ପ୍ରମୋଦ ପ୍ରଧାନ, ସୁଧାକର ଦେହୁରୀ, ସୁବାଷ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ପ୍ରଭୋ ମହିମା ଗୋସେଇଁଙ୍କ ଆଶୀର୍ବାଦ ଲାଭ କରିବା ସହ ସାମୁହିକ ଭିକ୍ଷା ଗ୍ରହଣରେ ଅଂଶଗ୍ରହଣ କରିଥିଲେ ।